ତୁମ ଛାଇ
ତୁମ ଛାଇ
ଭାରି ଭଲ ଲାଗେ ତୁମ ଦେହ ଛାଇ
ଧରିବାକୁ ଇଚ୍ଛା ହୁଏ ।
ଅସ୍ତଗାମୀ ସୂର୍ଯ୍ୟ ଆକାଶରେ ଦେଖି
ମୁରୁକି ସେ ହସି ଦିଏ ।
ରାତି ବେଶୀ ହେଲେ ଅନ୍ଧାର ଛାତିରେ
ଖୋଜି ମୁଁ ପାଏନା ତାକୁ ।
ସପନ ରାଇଜେ ଅତି ସରାଗରେ
ଲୁଚକାଳି ଖେଳି ବାକୁ ।
ଜୀବନ ସପନ ସବୁ ଲାଗେ ମୋତେ
ଛାଇ ଆଲୁଅର ଖେଳ।
ସପନ ସରିବ ଛାଇ ହଜିଯିବ
ହେଲେ ବାହୁଡ଼ିବା ବେଳ ।।