STORYMIRROR

sasmita tripathy

Abstract Classics Fantasy

4  

sasmita tripathy

Abstract Classics Fantasy

ତୁମ ଛାଇ

ତୁମ ଛାଇ

1 min
314


ଭାରି ଭଲ ଲାଗେ ତୁମ ଦେହ ଛାଇ

             ଧରିବାକୁ ଇଚ୍ଛା ହୁଏ ।


ଅସ୍ତଗାମୀ ସୂର୍ଯ୍ୟ ଆକାଶରେ ଦେଖି 

            ମୁରୁକି ସେ ହସି ଦିଏ ।


ରାତି ବେଶୀ ହେଲେ ଅନ୍ଧାର ଛାତିରେ 

           ଖୋଜି ମୁଁ ପାଏନା ତାକୁ ।


ସପନ ରାଇଜେ ଅତି ସରାଗରେ 

           ଲୁଚକାଳି ଖେଳି ବାକୁ ।


ଜୀବନ ସପନ ସବୁ ଲାଗେ ମୋତେ 

            ଛାଇ ଆଲୁଅର ଖେଳ।


ସପନ ସରିବ ଛାଇ ହଜିଯିବ 

           ହେଲେ ବାହୁଡ଼ିବା ବେଳ ।।

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract