STORYMIRROR

sasmita tripathy

Abstract Classics Inspirational

4  

sasmita tripathy

Abstract Classics Inspirational

ସପ୍ତପୁରୀ ଅମାବାସ୍ୟା

ସପ୍ତପୁରୀ ଅମାବାସ୍ୟା

1 min
300


ବାର ମାସେ ତେର ପରବ ମଧ୍ୟରୁ 

ଅମାବାସ୍ୟା ଭାଦ୍ରବର 

ସପ୍ତପୁରୀ ପୁଣି କୁଶଗ୍ରହଣୀ ଯେ 

ଅନେକ ନାମ ତାହାର 


ଅଲାମଚଣ୍ଡୀଙ୍କ ମନ୍ଦିରରୁ ଆସେ 

ଭୋଗ ସପ୍ତପୁରୀ ତାଡ଼ 

କୁମ୍ଭାର ବିଶୋଇ ବିଜେ କରେ ଧରି 

ସାଥେ ଘଣ୍ଟ ଘଣ୍ଟା ମାଡ଼ 


ଷୋଡଶ ବିଧିରେ ସପ୍ତପୁରୀ ଲାଗେ 

ମହାପ୍ରଭୁଙ୍କର ପାଶ

ବନ୍ଦାପନା ସାଥେ ଆଳତୀ ସହିତ

ପୂଜା ଓ ନୀତି ଅଶେଷ


ଗୃହସ୍ଥ କରନ୍ତି କୁଶକୁ ସଂଗ୍ରହ 

ଧର୍ମ କାର୍ଯ୍ୟ ନିମିତ୍ତରେ

ସ୍ନାନ ଜପ ତପ ତର୍ପଣ କରନ୍ତି

ପିତୃଦେବ ଉଦ୍ଦେଶ୍ୟରେ


ଅମାବାସ୍ୟା ଦିନ ସୋମ କି ମଙ୍ଗଳ

କିମ୍ବା ହେଲେ ଗୁରୁବାର

ଅନୁରାଧା ସ୍ୱାତୀ ବିଶାଖା ଯୋଗରେ

କରେ ପାପ ତାପ ଦୂର


ମାଟିରେ ନିର୍ମିତ ଗୄହପୋକରଣ 

ପୂଜି ଥାନ୍ତି ଝିଅ ପିଲା

ପୁଅ ମାନେ ଟାଣି ମାଟି ଘୋଡ଼ା ହାତୀ 

ବୀରତ୍ୱ ଦେଖାନ୍ତି ଭଲା 


ସଂଯମ ସାଧନା ପାଇଁ ଏହି ଦିନ 

ହୋଇଥାଏ ସର୍ବ ଶ୍ରେଷ୍ଠ

ମାନସିକ ଶାନ୍ତି ହୁଅଇ ପ୍ରାପତ 

ଦୂରୀଭୂତ ପୀଡା କଷ୍ଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract