STORYMIRROR

sasmita tripathy

Abstract Classics Fantasy

3  

sasmita tripathy

Abstract Classics Fantasy

ବର୍ଷା ତୁମେ

ବର୍ଷା ତୁମେ

1 min
8

ପ୍ରେମିକ ମନରେ ପହିଲି ପ୍ରୀତିର ନିଆଁ

ପୁଣି ତୁମେ କେବେ ମଉସୁମୀ ଛୁଆଁ


ସାଧବ ବୋହୁର ମଖମଲି ନାଲି ପାଟ

କେବେ ଗାଁଆ ନଈପଠା ଖସଡ଼ା କାଦୁଅ ଘାଟ


ମନଲୋଭା ସେହି ଶାଗୁଆ ଧାନର କ୍ଷେତ

କେବେ ପୁଣି ତୁମେ କାଗଜ ଡଙ୍ଗାର ଯାତ


କେଳି କଦମ୍ବର ଝରିପଡୁ ଥିବା ବାସ 

ପୁଣି କେବେ ତୁମେ ଗୋଲାପୀ ଓଠର ହସ 


ବେଙ୍ଗ ବେଙ୍ଗୁଲିର ଅଭିସାର ମିଠା ଗପ 

କେବେ ଦେହ ଦହନର ପୁଣ୍ୟବୋଳା କିଛି ପାପ


ବାଦଲ ବୁକୁରେ ଇନ୍ଦ୍ରଧନୁ ସାତ ରଙ୍ଗ 

କେବେ ପୁଣି ତୁମେ ଧରଣୀ ରାଣୀର ସବୁଜ ସୁନ୍ଦର ଅଙ୍ଗ


ପ୍ରେୟସୀ ହୃଦୟ ଅକୁହା ଯନ୍ତ୍ରଣା କୋହ

କେବେ ବୁକୁଫଟା ବିରହୀ ଆଖିର ଲୁହ


Rate this content
Log in

Similar oriya poem from Abstract