STORYMIRROR

sasmita tripathy

Abstract Classics Fantasy

3  

sasmita tripathy

Abstract Classics Fantasy

ବର୍ଷା ତୁମେ

ବର୍ଷା ତୁମେ

1 min
19

ପ୍ରେମିକ ମନରେ ପହିଲି ପ୍ରୀତିର ନିଆଁ

ପୁଣି ତୁମେ କେବେ ମଉସୁମୀ ଛୁଆଁ


ସାଧବ ବୋହୁର ମଖମଲି ନାଲି ପାଟ

କେବେ ଗାଁଆ ନଈପଠା ଖସଡ଼ା କାଦୁଅ ଘାଟ


ମନଲୋଭା ସେହି ଶାଗୁଆ ଧାନର କ୍ଷେତ

କେବେ ପୁଣି ତୁମେ କାଗଜ ଡଙ୍ଗାର ଯାତ


କେଳି କଦମ୍ବର ଝରିପଡୁ ଥିବା ବାସ 

ପୁଣି କେବେ ତୁମେ ଗୋଲାପୀ ଓଠର ହସ 


ବେଙ୍ଗ ବେଙ୍ଗୁଲିର ଅଭିସାର ମିଠା ଗପ 

କେବେ ଦେହ ଦହନର ପୁଣ୍ୟବୋଳା କିଛି ପାପ


ବାଦଲ ବୁକୁରେ ଇନ୍ଦ୍ରଧନୁ ସାତ ରଙ୍ଗ 

କେବେ ପୁଣି ତୁମେ ଧରଣୀ ରାଣୀର ସବୁଜ ସୁନ୍ଦର ଅଙ୍ଗ


ପ୍ରେୟସୀ ହୃଦୟ ଅକୁହା ଯନ୍ତ୍ରଣା କୋହ

କେବେ ବୁକୁଫଟା ବିରହୀ ଆଖିର ଲୁହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract