STORYMIRROR

sasmita tripathy

Abstract Classics Inspirational

4  

sasmita tripathy

Abstract Classics Inspirational

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
318


ସ୍ନେହ ପ୍ରେମ ଆଉ ତ୍ୟାଗର ପରବ 

ଅଟଇ ରକ୍ଷା ବନ୍ଧନ 

ଭାଇ ଭଉଣୀର ପ୍ରେମର ପ୍ରତୀକ 

ଅତୁଟ ସ୍ନେହ ସମ୍ମାନ


ଶ୍ରାବଣ ମାସର ପୂର୍ଣ୍ଣିମାରେ ପଡେ 

ପବିତ୍ର ପରବ ଏହି 

ବଳଭଦ୍ର ଜନ୍ମି ଥିଲେ ଏହି ଦିନ 

ଆନନ୍ଦ ଉଲ୍ଲାସ ମହୀ 


ପୁରାଣ କହଇ ଅନେକେ କାହାଣୀ 

ରକ୍ଷାବନ୍ଧନକୁ ନେଇ

ରାକ୍ଷୀ ଅଟେ ରକ୍ଷାକବଚ ଭଗ୍ନିର

ମାନ ତାହାର ରଖଇ


ବଳୀ ରାଜା ହସ୍ତେ ବାନ୍ଧିଥିଲେ ରାକ୍ଷୀ 

ଲକ୍ଷ୍ମୀ ପାତାଳକୁ ଯାଇ

ପତିଙ୍କୁ ତାଙ୍କର ଆଣିବା ପାଇଁକି 

ବିଷ୍ଣୁଲୋକ ବାହୁଡ଼ାଇ


ପଣତ କାନିକୁ ବାନ୍ଧିଲେ ଦ୍ରୌପଦୀ 

ଦେଖି ଶ୍ରୀକୃଷ୍ଣଙ୍କ କ୍ଷତ

କୁରୁ ସଭାରେ ସେ କୋଟି ଵସ୍ତ୍ର ଦେଇ 

ରଖିଲେ ତାଙ୍କ ମହତ 


ମୋଗଲ ସମ୍ରାଟ ହୁମାୟୁନ ହାତେ 

ବାନ୍ଧି ଥିଲେ ଦିନେ ରାକ୍ଷୀ 

ମେୱାଡ଼ର ରାଣୀ କରମବତୀ ସେ 

ଅଛି ଇତିହାସ ସାକ୍ଷୀ 


ପୃଥିବୀ ଉପରେ ଆଠ ଗ୍ରହ ମିଶି 

କରି ଥିଲେ ଆକ୍ରମଣ

ଚନ୍ଦ୍ର ହାତେ ରାକ୍ଷୀ ବାନ୍ଧିଲେ ଧରଣୀ 

ରଖି ବାକୁ ତାଙ୍କ ମାନ


ସେହି ଦିନ ଠାରୁ ଚନ୍ଦ୍ରମା ବୁଲୁଛି 

ଚାରି ପଟେ ପୃଥିବୀର 

ସୁରକ୍ଷା ଦେଉଛି ଧରଣୀ ରାଣୀଙ୍କୁ 

ରଖି ମର୍ଯ୍ୟାଦା ରାକ୍ଷୀର 


ସୁଭଦ୍ରା ଵାନ୍ଧନ୍ତି ମମତାର ଡୋରି 

ଜାଗା ବଳିଆର ହାତେ 

ଜାଗା ବଳିଆବି ଶୋଭା ପାଇଥାନ୍ତି 

ସୁଭଦ୍ରା ଭଉଣୀ ସାଥେ 


ଅତୁଟ ବନ୍ଧନ ଅସରନ୍ତି ପ୍ରେମ 

ରାକ୍ଷୀର ଏ ପରିଭାଷା

ଭାଇ ଭଗ୍ନି ହୃଦେ ବସା ବାନ୍ଧି ରହୁ 

ମମତାର ଅଭିଳାଷା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract