STORYMIRROR

sasmita tripathy

Romance Tragedy Fantasy

3  

sasmita tripathy

Romance Tragedy Fantasy

ମଲା ଜହ୍ନ

ମଲା ଜହ୍ନ

1 min
115


ତୁମ ଆକାଶର ମଲାଜହ୍ନ ମୁଁ ଯେ 

ପାରେନା ଜୋଛନା ଢାଳି

ଶୂନ୍ୟ ମନ୍ଦିରରେ ପୂଜାରିଣୀ ସାଜି 

ପଚାରେ ପ୍ରଦୀପ ଜାଳି ।


ସୁନେଲି ସପନ ଆଶା ମରୀଚିକା 

ସାଜିଛି ମୋ ପାଇଁ ଆଜି 

ନବ ଉଦ୍ଦୀପନା ଦିଗ ଦିଗନ୍ତରୁ

ପାରୁନି ଆଉ ମୁଁ ଖୋଜି ।


ଜୀବନ ମୋହର ନଦୀ ଦୁଇ ଧାର

ତୁମ ପାଇଁ ଯାଏ ବହି 

ଜାଣେନାହିଁ କେବେ ମିଶିବ ଯେ ପୁଣି 

ଅଶାନ୍ତ ସାଗରେ ଯାଇ ।


Rate this content
Log in

Similar oriya poem from Romance