ତୁମେ
ତୁମେ
ସମ୍ଭାବନା ତୁମେ ମୋ ଆଶାର
ସମ୍ଭାବନା ତୁମେ ମୋ ସ୍ବପ୍ନର
ସମ୍ଭାବନା ତୁମେ ମୋ ମନର
ସମ୍ଭାବନା ତୁମେ ମୋ ଚେତନାର।
ତୁମେ ମୋର ଅନ୍ତସ୍ବର ମୋ ଭଲପାଇବାର
ତୁମେ ମୋର ବିଶ୍ବାସ ମୋ ଜୀବନର
ତୁମେ ମୋର ଦୀପଶିଖା ମୋ ଅର୍ଘ୍ଯଥାଳିର
ତୁମେ ମୋ ନାୟକ ମୋ ସ୍ବପ୍ନ ପୁରୀର।
ଜୀଇଁବା ଶିଖିଲି ମୁଁ ତୁମ ପ୍ରଣୟରେ
ହସିବା ଶିଖିଲି ମୁଁ ତୁମ ବନ୍ଧନରେ
କାନ୍ଦିବା ଶିଖିଲି ମୁଁ ତୁମ ବିରହରେ
ଉଡିବା ଶିଖିଲି ମୁଁ ତୁମ ଅପେକ୍ଷାରେ।
ଦେଖିଲି ସ୍ବପ୍ନ ମୁଁ ତୁମ ବାହୁବନ୍ଧନରେ
ଗଢିଲି ଆଶା ମୁଁ ତୁମ ପ୍ରୀତିପାଖୁଡାରେ
ରଚିଲି ନୀଡ ମୁଁ ତୁମ ସାନିଧ୍ଯରେ
ଗାଇଲି ଗୀତ ମୁଁ ତୁମ କଣ୍ଠସ୍ବରେ।
ତୁମେ ଭ୍ରମର ହେଲେ ମୁଁ ଅଟେ ଫୁଲକଳି
ତୁମେ ଭାସ୍କର ହେଲେ ମୁଁ ପଙ୍କଜିନୀ
ତୁମେ ଚନ୍ଦ୍ରମା ହେଲେ ମୁଁ ପରା କଇଁ
ତୁମେ କୃଷ୍ଣ ହେଲେ ମୁଁ ତୁମ ରାଇ।