STORYMIRROR

Bunee Tripathy

Others

4  

Bunee Tripathy

Others

ଫେରିବକି ଥରେ

ଫେରିବକି ଥରେ

1 min
15

ବଦଳିଛି ଗାଆଁ ପରିବେଶ ତାର

ନିଆରା ତା ଅନୁଭୂତି

ଖୋଜେ ମୋର ଆଖି ଦେଖିବ ସେ ଗାଆଁ 

ଯାଇଛି କେବେଠୁ ହଜି।


ନାହିଁ ପରା ଆଉ ଭାଗବତ ଟୁଙ୍ଗି

ହେବା ପାଇଁ ବୃଦ୍ଧ ମେଳ

ଭାଗବତ ଆମ ଜୀବନର ଧର୍ମ

ପାଳିବାକୁ ନାହିଁ ବେଳ।


ଶୁଭୁଥିଲା ପରା ନିତି ସଞ୍ଜବେଳେ 

ଭାଗବତ ପୁରାଣ ତ

ମଝିରେ ମଝିରେ ହରିବୋଲ ଧ୍ୱନୀ

ଭକ୍ତିମୟ କରେ ସେତ।


ଗ୍ରାମ୍ୟ ବଧୂମାନେ ସଞ୍ଜବତୀ ଧରି

ଆସୁଥିଲେ ଧାଇଁ ପରା

ଭାଗବତ ଘରେ ଦୀପଟିଏ ଜାଳି

ଫେରି ଯାଉଥିଲେ ସାରା।


ନ୍ୟାୟ ନିଶାପ ତ ପଡୁଥିଲା ସବୁ

ଭଲମନ୍ଦ କେତେ କଥା

ବୟସ୍କ ଆଶର ଜମୁଥିଲା ସେଠି

ବଖାଣନ୍ତି ମନ ଗାଥା।


ଗ୍ରାମରୁ ହଜିଛି ଭାଗବତ ଟୁଙ୍ଗି 

ଶୁଭୁନାହିଁ ହରିବୋଲ 

ସଂକିର୍ତ୍ତନ ଆଉ କାହିଁ ହେଉନାହିଁ 

ବାଜୁନି ତ ଗିନି ଢୋଲ।


ଫେରିବକି ଥରେ ମୋ ଗାଆଁର ଶୋଭା 

ହସିବ କି ଗାଆଁ ମୋର

ଆଶା ତ କେବଳ ଆଶାରେ ରହିବ

ଗିଳି ଦେଇଛି ସହର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍