ଫେରିବକି ଥରେ
ଫେରିବକି ଥରେ
ବଦଳିଛି ଗାଆଁ ପରିବେଶ ତାର
ନିଆରା ତା ଅନୁଭୂତି
ଖୋଜେ ମୋର ଆଖି ଦେଖିବ ସେ ଗାଆଁ
ଯାଇଛି କେବେଠୁ ହଜି।
ନାହିଁ ପରା ଆଉ ଭାଗବତ ଟୁଙ୍ଗି
ହେବା ପାଇଁ ବୃଦ୍ଧ ମେଳ
ଭାଗବତ ଆମ ଜୀବନର ଧର୍ମ
ପାଳିବାକୁ ନାହିଁ ବେଳ।
ଶୁଭୁଥିଲା ପରା ନିତି ସଞ୍ଜବେଳେ
ଭାଗବତ ପୁରାଣ ତ
ମଝିରେ ମଝିରେ ହରିବୋଲ ଧ୍ୱନୀ
ଭକ୍ତିମୟ କରେ ସେତ।
ଗ୍ରାମ୍ୟ ବଧୂମାନେ ସଞ୍ଜବତୀ ଧରି
ଆସୁଥିଲେ ଧାଇଁ ପରା
ଭାଗବତ ଘରେ ଦୀପଟିଏ ଜାଳି
ଫେରି ଯାଉଥିଲେ ସାରା।
ନ୍ୟାୟ ନିଶାପ ତ ପଡୁଥିଲା ସବୁ
ଭଲମନ୍ଦ କେତେ କଥା
ବୟସ୍କ ଆଶର ଜମୁଥିଲା ସେଠି
ବଖାଣନ୍ତି ମନ ଗାଥା।
ଗ୍ରାମରୁ ହଜିଛି ଭାଗବତ ଟୁଙ୍ଗି
ଶୁଭୁନାହିଁ ହରିବୋଲ
ସଂକିର୍ତ୍ତନ ଆଉ କାହିଁ ହେଉନାହିଁ
ବାଜୁନି ତ ଗିନି ଢୋଲ।
ଫେରିବକି ଥରେ ମୋ ଗାଆଁର ଶୋଭା
ହସିବ କି ଗାଆଁ ମୋର
ଆଶା ତ କେବଳ ଆଶାରେ ରହିବ
ଗିଳି ଦେଇଛି ସହର।
