STORYMIRROR

Bunee Tripathy

Others

4  

Bunee Tripathy

Others

ହଜିଯାଇଛି

ହଜିଯାଇଛି

1 min
16


କର୍ମ ଚଞ୍ଚଳ ଜୀବନରୁ

କେବେ ପାଇଲେ ତ ଛୁଟି

ମନଟା ଟାଣି ହୋଇଯାଏ 

ସେହି ଗାଆଁ ମାଟି ଆଡ଼କୁ....।

ଯେଉଁ ଗାଆଁକୁ.....

ଛାଡ଼ି ଆସିଛି ଅନେକ ଦିନରୁ..।

ଏହି ସହରି ସଭ୍ୟତା ତଳେ

ଚାପି ହୋଇଯାଇଛୁ

ଏକ ଲୌହମାନବ ପରି.....।

ଏହି ଦୂଷିତ ବାୟୂରୁ 

ପାଇବାକୁ ମୁକ୍ତି....

ମୁଁ ଧାଇଁ ଆସିଛି ଗାଆଁକୁ...।


ହେଲେ ଖୋଜୁଛି ସେ ଗାଆଁ 

ଯେଉଁ ଗାଆଁକୁ ଛାଡ଼ିଥିଲି

ପାଉନାହିଁ ସେ ଗାଆଁକୁ,

ନାହିଁ ଆମ୍ବତୋଟା....

ଅବା ସବୁଜ ଶ୍ଯାମଳିମା...

ସେହି ଟଗର,ମନ୍ଦାର,ମଲ୍ଲୀ

ମଧୁ ମାଳତୀର ବାସ୍ନା..

ତା ମାଟିର ଗନ୍ଧ...

କୋଇଲିର କୁହୁତାନ...

ହଜିଯାଇଛି କଂକ୍ରିଟର

ଜଙ୍ଗଲ ତଳେ.....

ନାହାନ୍ତି ସେ ମାଙ୍କଡ଼ ପଲ

ଆମ୍ବତୋଟାରେ କରୁଥିଲେ ନାଟ

ଏ ଡାଳରୁ ସେ ଡାଳକୁ ଡେଇଁ...।


ମନରେ ଉଙ୍କି ମାରେ ପ୍ରଶ୍ନ

ମୋ ଗାଆଁ କଣ ହଜିଯାଇଛି 

ସେହି ସହରି ସଭ୍ୟତା ତଳେ...?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍