STORYMIRROR

Bunee Tripathy

Others

4  

Bunee Tripathy

Others

ଗାଆଁ ମାଟି

ଗାଆଁ ମାଟି

1 min
18


ଗାଆଁ ଥିଲା ଆମ ଆପଣାର ଅତି 

  ସରଗଠୁ ସୁଶୀତଳ 

ତା ମାଟିକୁ ଥରେ ଛୁଇଁ ଦେଲେ ପରା 

   ନାଚିଯାଏ ମନ ମୋର।


ଲୋଡା ତ ନଥିଲା ଆମ ପିଲାଦିନେ 

  ପାଦରେ ଚପଲ ପରା 

ଖାଲି ପାଦେ ଆମେ ଡେଇଁ ବୁଲୁଥିଲୁ 

  ଖେଳୁ ଥିଲୁ ଗାଆଁ ସାରା।


ମାଟି ଆମ ମାଆ କରି ବିବେଚନା 

  ତା କୋଳେ ତ ଖେଳୁ ଥିଲୁ

ପାଦେ ଲାଗିଥାଏ ମାଟି ଆସ୍ତରଣ 

  ତଥାପି ବି ଚାଲୁଥିଲୁ।


ଗାଆଁ ଦାଣ୍ଡ ଆମ ପୂଣ୍ୟ ଶ୍ରୀକ୍ଷେତ୍ର ଯେ

  ଆମେ ଭାବୁଥିଲୁ ମନେ

ପୋଖରୀ କୂଳରେ ବନିଶୀ କଣ୍ଟାରେ

  ମାଛ ଧରୁ ସାଙ୍ଗମାନେ।


ପଦ୍ମଫୁଲ ତୋଳି ଗାଆଁ ପୋଖରୀରୁ

  ଘରେ ଦେଉଥିଲୁ ଆଣି

ମାର୍ଗଶିର ମାସେ ମହାଲକ୍ଷ୍ମୀ ପୂଜା 

  ଶୋଭା ପାଏତ ନଳିନୀ।


ସେହି ପିଲାଦିନ ଝୁରୁଛି ମୁଁ ଆଜି

  ଗାଆଁ ମାଟି ଛୁଇଁ ଦେଲେ 

ଅତୀତକୁ ପରା ମନେ ପକାଉଛି 

  ଫେରନ୍ତା କି ଆଉଥରେ ।


Rate this content
Log in