STORYMIRROR

Bunee Tripathy

Others

4  

Bunee Tripathy

Others

ସବୁତ ବଦଳିଗଲା

ସବୁତ ବଦଳିଗଲା

1 min
18

ବାରମାସରେ ତ ତେର ପର୍ବ ଯେ

ପାରୁନଥାନ୍ତି ଗ୍ରାମ୍ଯ ଜନେ

ଶୁଭୁନାହିଁ ଆଉ ହୁଳହୁଳି ଅବା

ହରିବୋଲ କେଉଁ କୋଣେ।


ଖୁଦୁରୁକୁଣୀରେ ଗ୍ରାମ୍ୟ ବାଳିକା ଯେ

ଭାଲୁକୁଣୀ ପୂଜୁଥାନ୍ତି

ପୋଖରୀ ତୁଠରେ ବାଲୁକାଁ କରନ୍ତି 

ଭାଇ ପାଇଁ ମନାସନ୍ତି।


ରଜ ଦୋଳି ଗୀତ ହଜିତ ଗଲାଣି

ପୋଡପିଠା ମହକୁନି

କବାଡି ଖେଳର ରାହା ଲୁଚିଲାଣି

ତା ଖେଳ ତ ଜମୁନି ।


ଶୀତଦିନେ ଯେବେ ବାଡ଼ି ବଗିଚାରେ

ଫୁଟୁଥିବା ଜହ୍ନିଫୁଲ 

ଗାଆଁ ଝିଅ ବୋହୁ ମିଳିମିଶି ପରା

ପାରେ ପୁଷ ରଇବାର।


କୁଆଁର ପୁନେଇଁ ଗୀତ କାହିଁ ଗଲା

ବାଜୁନି ଆଉ କାନରେ

ନାହିଁ ଝିଅ ମେଳ ପାଖ ପଡିଶାଙ୍କ

ସହରି ପାଲଟିଗଲା।


ଗ୍ରାମ୍ୟ ବଧୂ ଟିଏ ବୃନ୍ଦାବତୀ ମୂଳେ

ସଞ୍ଜବତୀ ଦେଇଥାଏ

ଓଢ଼ଣା ଦେଇ ସେ ଓଳିଗି ହୁଅଇ

ଶୁଭ ସେ ମନାସୁ ଥାଏ।


ଗ୍ରାମ୍ୟ ଲଳନାଙ୍କ ପିନ୍ଧାଓଢା ପରା

ସବୁତ ବଦଳି ଗଲା

ଚାକଚକ୍ଯ ଭରା ଦୁନିଆ ପଛରେ

ପାଗଳ ହୁଅନ୍ତି ଭଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍