STORYMIRROR

Bunee Tripathy

Others

4  

Bunee Tripathy

Others

ଗୁରୁଙ୍କ ଆଶ୍ରମ

ଗୁରୁଙ୍କ ଆଶ୍ରମ

1 min
13


ଖୋଜୁଛି ମୁଁ ସେହି ପାଠଶାଳା 

ଯେଉଁଠି ମୁଁ ପଢ଼ୁଥିଲି।

ବସ୍ତାନି ରେ ପଶିଥାଏ 

ମାଟି ସିଲଟ,ହାଡଖଡି...

ଆଉ ବର୍ଣ୍ଣବୋଧ ଗୋଟେ.....।

ଗୋବର ଲିପା ଚଟାଣରେ 

ଚଟେଇରେ ଚକାପକେଇ 

ବସି ପଢ଼ିବାର ଆନନ୍ଦ.....

ମାଟି କାନ୍ଥ ସାଙ୍ଗକୁ......

ଉପରେ ଚାଳ ଛପର.....

କି ଶାନ୍ତି ଥିଲା.....

ଲାଗୁଥିଲା ସତେ କି 

ଗୁରୁଙ୍କ ଆଶ୍ରମ ପରି.....।

ଚର୍ତୁପାଶ୍ଵେ ନାନା ବୃକ୍ଷରାଜି 

ଭ୍ରମ ସୃଷ୍ଟି କରିଥାଏ 

ସବୁଜ ଶ୍ୟାମଳ ବନଭୂମି।


ସାଙ୍ଗମାନଙ୍କ ସହ 

ଖେଳ ଛୁଟିରେ ବାଟି ଆଉ

ଡାବୁର ପୁଆ ଖେଳିବାର ମଜା।

ପାଠଶାଳା ବଗିଚାରୁ 

ଘାସ ବାଛିବାର ଖୁସି.....,

ଏ ସବୁତ ହଜିଯାଇଛି

ଚକମକିଆ ବିଦ୍ୟାଳୟ ତଳେ

ଛାତଘର ସାଙ୍ଗକୁ 

ଅତ୍ୟାଧୁନିକ ପରିବେଶ,

ତା ସାଙ୍ଗକୁ ଅ,ଆ, ନୁହେଁ 

ଶୁଭେ ଇଂରାଜୀରA,B,C,D

ବଦଳି ଯାଇଛି ଗାଆଁର

ସେହି ପୁରୁଣା ଚିତ୍ର,

ରହିଛି ରହିବ....

ଇତିହାସ ବୁକେ....।


ବୁନୀ ତ୍ରିପାଠୀ 

କଳିଙ୍ଗ ବିହାର 

୭୩୭୭୯୦୭୬୬୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍