STORYMIRROR

Bunee Tripathy

Others

4  

Bunee Tripathy

Others

କାଲି ପରି ଲାଗେ

କାଲି ପରି ଲାଗେ

1 min
64


ବଦଳିଛି ରାସ୍ତା ହଜିଛି ମହକ

ଖୋଜିଲେ ବି ମିଳିବନି

ସେହି ମାଟି ରାସ୍ତା କାଦୁଅ ହେଲେବି

ମନରୁ ତ ଲିଭିବନି।


ଧେନୁପଲ ଯେବେ ହମ୍ବା ରଡ଼ି କରି

ଫେରୁଥିଲେ ସେହି ବାଟେ

ଗୋଧୂଳି ଲଗନେ ନାଲି ମୂରୁଜ ତ

ବିଞ୍ଚି ହୁଏ କେତେ ଥାଟେ।


ଶଗଡ଼ ଗାଡ଼ିର ଘର୍ ଘର୍ ଶବ୍ଦ

ଶୁଭିବନି ଆଉ କେବେ

ଗୋବର ରୋଗର ଶଗଡ଼ ଗାଡ଼ିରେ 

ବିଲକୁ ଯିବନି ଏବେ।


ନାଲି ମଖମଲି ଲୁଗା ପିନ୍ଧି ଆଉ

ଚାଲୁନି ସାଧବ ବୋହୂ 

ସପନ ହେଲାଣି ଦେଖିବାକୁ ତାକୁ

ଇତିହାସ ହେଲା ସେହୁ।


ତିନି ଚକିଆ ତ ରିକିସା ଲୁଚିଲା

ସମୟର ଚକତଳେ

ଶୂନଗାଡି ସିନା ଚାଲୁଛି କେବଳ

ତାର ବେଳ କେତେବେଳେ।


ପିଚୁ ରାସ୍ତା ଅବା ପକ୍କା ରାସ୍ତା ଏବେ

ସବୁଠି ତ ଦୃଶ୍ୟମାନ 

ନାହିଁ ତ ଜୀବନ ରାସ୍ତାଗୁଡିକରେ

ଚାଲୁଅଛି ଖାଲି ଯାନ।


ମନ ତ ବୁଝୁନି ଖୋଜେ ସେହି ଗାଆଁ 

ଛାଡ଼ି ଯାଇଥିଲି ଯା'କୁ 

କାଲି ପରି ଲାଗେ ମୋ ଗାଆଁ ମାଟିରେ 

ବିତେଇଛି ଅତୀତକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍