STORYMIRROR

Bunee Tripathy

Others

4  

Bunee Tripathy

Others

ଝୁରୁଛି ମୁଁ ଆଜି

ଝୁରୁଛି ମୁଁ ଆଜି

1 min
22

ଗାଆଁଟା ମୋହର ଗାଆଁ ରହିନାହିଁ 

 ପାଲଟିଛି ସେ ସହର

ହଜି ଯାଇଅଛି ପ୍ରକୃତି ସୁଷମା 

 ଖୋଜିବାକୁ ନାହିଁ ତର।


ମାଟି ସଡ଼କର ନାଲି ଧୂଳି ଆଉ

ଉଡୁନାହିଁ ପବନରେ

ଚାହୁଁନି ଶଗଡ଼ ବଳଦ ବାପୁଡ଼ା 

ହଜିଲାଣି କେତେ ଦୂରେ।


ହିଡ ବାଟ ସବୁ ମିଶିଗଲାଣି ତ

ନାହିଁ ଆଉ ବିଲମାଳ 

ଧାନକେଣ୍ଡା ସବୁ ଆଉ ଦିଶୁନାହିଁ 

ସବୁଆଡେ ଖାଲି ଘର।


ବିଲର ହୁଡ଼ାରେ ବାଲିଛତୁ ଆଉ

ଦେଖିନାହିଁ କେବେ ପରା

ସାଧବ ବୋହୁର ଠୁକୁଠୁକୁ ଚାଲି

ଆଜି ବି ତ ଅପାଶୋରା ।


କଣ୍ଟେଇ କୋଳିର ମଜା ତ ନିଆରା

ସାଙ୍ଗ ମାନେ ବୁଦା ମୁଳେ

ଗହିର ବିଲରେ ତାଳଗଛ ଡାଳେ

ବାଇଚଢେଇ ତ ଝୁଲେ।


ଚାଷୀଭାଇର ତ ଗୀତ ଶୁଭୁନାହିଁ 

"ରାମ ଯେ ଲଇଖଣ.."

ଅକ୍ଷିମୁଠି ଆଉ ଅନୁକୂଳ ପାଇଁ 

ଚାଷୀ ହେଉନି ଉଚ୍ଛନ୍ନ।


ମୋ ଗାଆଁର ଶିରୀ ତୁଟିଯାଇଅଛି 

ଶ୍ରୀହୀନ ଦିଶଇ ପରା

ଝୁରୁଛି ଆଜି ମୁଁ ହଜିଲା ଦିନକୁ

ସମୟ ଦିଏ ଇଶାରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍