STORYMIRROR

Bunee Tripathy

Others

4  

Bunee Tripathy

Others

ଆସନ୍ତା କି ଫେରି

ଆସନ୍ତା କି ଫେରି

1 min
13

ଉଚ୍ଚ ନୀଚ୍ଚ ଖାଲଢିପ ଗାଆଁ ଦାଣ୍ଡ

ଖେଳୁ ଥିଲୁ ସାଥି ସାଙ୍ଗ 

କବାଡି,ବୋହୁଚୋରି, ଲୁଚକାଳି 

ଦେହେ ଲାଗେ ମାଟି ରଙ୍ଗ।


ପାଠଶାଳା ଘଣ୍ଟି ବାଜିଲେ ଥରେ

କାନ୍ଧେ ଗଳାଇ ବସ୍ତାନି 

ଧାଉଁଥିଲୁ କାଦୁଅ ରାସ୍ତାରେ ଯେବେ

ଓଦା ଜଡସଡ ପୁଣି।


ଆମ୍ବ ଆଉ ପିଜୁଳି କରୁଥିଲୁ ଚୋରି

ସଭିଙ୍କ ବାଡିରେ ପଶି

ନିଧି ଅଜା ଆଖି ପଡିଗଲେ ଥରେ

ଠେଙ୍ଗା ଦେଖି ଧାଉଁ ମିଶି।


ସତରେ କି ପିଲାଦିନ ଆସନ୍ତା ଫେରି 

ଯାହାକୁ ମୁଁ ଖୋଜେ ନିତି

ଆଉଥରେ ଆମେ ଖେଳନ୍ତୁ ବାଗୁଡ଼ି 

ମାନନ୍ତୁନି ଦିନରାତି।


ଗାଆଁ ପରିବେଶ ଅଟଇ ନିଆରା

ତାକୁ ଝୁରେ ପରା ମନ

ମନେପଡେ ରଜ, କୁଆଁର ପୁନେଇଁ 

ଆସନ୍ତା କି ଫେରି ସେଦିନ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍