STORYMIRROR

Bunee Tripathy

Others

3  

Bunee Tripathy

Others

କାହିଁକି ଫେରିଲ

କାହିଁକି ଫେରିଲ

1 min
17


ନା ନା ମୁଁ ଆଉ ନାହିଁ 

ସହରି ଢାଞ୍ଚାର ତଳେ

ଚାପି ହୋଇ ଗଲି ହଜି

ସବୁଦିନ ପାଇଁ....।

ମୁଁ ବରଗଛ କହୁଛି

ଗାଆଁ ମୁଣ୍ଡ ମେଳଣ ପଡ଼ିଆ

ଥିଲା ମୋର ବାସସ୍ଥାନ..।

ସବାରିରେ ବସି

ଝିଅ ଯେବେ ଯାଉଥିଲା 

ଶାଶୁଘର ତାର.....

ଓଳିଗି ସେ ହେଉଥିଲା ମୋତେ।

କେତେ ମଲା ମୂର୍ତ୍ତି କିଆ

ଦେଖିଛି ମୁଁ ସତେ,

ଗାଆଁ ପିଲା ଓହଳରେ ମୋର

ଖେଳୁଥିଲେ ଦୋଳି,

ପଥ କ୍ଲାନ୍ତ ପଥିକଟେ 

ଘଡ଼ିଏ ମୋ ତଳେ ବସି

ମେଣ୍ଟାଏ ତା କ୍ଲାନ୍ତ..।

ହେଲେ ଗାଆଁ ଯେବେ

ବଦଳିଲା ସହରି ଢାଞ୍ଚାରେ

ବଳି ପକାଇଲେ ମୋତେ

ଅସୁନ୍ଦର କହି.....।


କାହିଁକି ଫେରିଲ ତୁମେ

ଏ ଗାଆଁ ମାଟି କି 

କଣ ଆଉ ଦେଖିବାର ପାଇଁ 

ଉଜୁଡି ଯାଇଛି ସବୁ

ହତଶିରୀ ପାଲଟିଛି ଆଜି।

ଚାରିଆଡେ ନାଲି ନେଳି କୋଠା

ଦେଖିବାର ପାଇଁ....!!!

ଉନ୍ନତି ନାମରେ କାଳ

ଗ୍ରାସିଛି ଗ୍ରାମକୁ......

ହେଲେ ଜାଣନ୍ତି ନି କେହି।

ବିପର୍ଯ୍ୟୟକୁ ଦିଅନ୍ତି ନିୟୁତା 

ବାତ୍ୟା,ବନ୍ୟା, କାଳବୈଶାଖୀ 

ଅବା ଗ୍ରୀଷ୍ମର ପ୍ରଖରତା

ସବୁକୁ ତ କଲେ ନିମନ୍ତ୍ରଣ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍