STORYMIRROR

Bunee Tripathy

Others

4  

Bunee Tripathy

Others

ରହିଛି ପୃଷ୍ଠାରେ

ରହିଛି ପୃଷ୍ଠାରେ

1 min
17

ଧାଡ଼ି ଧାଡ଼ି ଚାଳଘର 

ମାଟିର ସେ କାନ୍ଥ....

ଦିଶୁନାହିଁ ଆଉ.....

ଯାଇଛି ବଦଳି ସବୁ।

ନାଲି ଆଉ କଳା

ପ୍ରାକୃତିକ ରଙ୍ଗେ....

ଲେଖା ସେହି କାନ୍ଥ.....।

ଗୋବର ଲିପା ଘର 

ପଡ଼ିଥାଏ ଝୋଟି କେତେ।

ସବୁତ ଯାଇଛି ଲିଭି 

ସିମେଣ୍ଟ ଚଟାଣ ତଳେ ।

ବଡ଼ ବଡ଼ ଛାତ ଘର

ମୁଣ୍ଡ ଟେକି ହୋଇଛି ତ ଠିଆ।

ଦିଶୁନାହିଁ ବାଡିରେ ତ

ବୃହତ କଳେଇର ଗଦା

ଅବା ନଡ଼ା କୁଟା ଭାଡ଼ି।

ଦିନଥିଲା ମେଳିରେ ବୁଲନ୍ତି ବଳଦ 

ଆଉ ପଡଇ ବେଙ୍ଗରାଜ....।

ଲାଗୁଥିଲା ଲକ୍ଷ୍ମୀ....

ହୋଇଛନ୍ତି ବିଜେ 

ଗ୍ରାମକୁ ଆମର.....।


ଏବେ ବଦଳି ଯାଇଛି 

ଗ୍ରାମର ପ୍ରାକୃତିକ ଶୋଭା 

ଲୋକଙ୍କ ମଧ୍ୟରେ ନାହିଁ ତ ଏକତା।

ଦୀପ ତଳ ଅନ୍ଧାର ପରି 

ଗ୍ରାମ ଆଜି କୃତ୍ରିମ ଅନ୍ଧାରରେ 

ହୋଇଛି ତ ଛାଇ....।

କ୍ଷଣିକ ସୁଖରେ...

ଲୋକେ ବିପଥର ପଥିକ।

କବିର ଗାଆଁ ରହିଛି ପୃଷ୍ଠାରେ 

ଖୋଜିଲେ ବି ମିଳୁନି 

ସରଳ ସୁନ୍ଦର ସେହି

ଗ୍ରାମ୍ୟ ପରିବେଶ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍