Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Inspirational

3  

Satyanarayan Sahoo

Romance Inspirational

ହସରୁ ଖୁସି

ହସରୁ ଖୁସି

1 min
115



ହସ ହସ ମୁଖ ଚାହିଁ ଦେଲେ ଦୂରୁ

 ଲାଗଇ କି ଦିବ୍ୟ ଖୁସି

ମଉଜ ଭିତରେ ବୁଡି ରହି ଯାଇ 

କେତେ ସ୍ୱପ୍ନ ହୁଏ ବିଞ୍ଚି ।


 ସୁବାସିତ କରେ ପ୍ରାଣ ମନ ନିତି

 ପୁଲକ ପ୍ଲାବନ ଖେଳେ

ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ

ଜୀବନ ଯାପନ କରେ ।


ହସି ହସି ପଦେ କଥା କହି ଦେଲେ

ପ୍ରାଣ ମନ ପୁଲକିତ

ସୁଦିବ୍ୟ ଭାବନା ନିମଗ୍ନ କରଇ

ସ୍ନେହ ଆଦର ଜାଗ୍ରତ । 


ହୋଇଥାଏ ଆନ ଚିତ୍ତେ ହସ ଖୁସି

ଆଦର ପ୍ରେମ ସନ୍ତୋଷ

ଶ୍ରଦ୍ଧା ଓ ସମ୍ମାନ ଶୃଙ୍ଖଳା ଆହ୍ଵାନ 

ଭାବ ବହି ଆସେ ରସ ।


 ଖୁସି ମାଦକତା ବୋଳା ପ୍ରୀତି ସ୍ରୋତ

ଦେଇ ମାନବୀୟ ବୋଧ

ଖୁସିର ଲହରୀ ଖେଳାଇ ଜୀବନେ

 ପବିତ୍ର ଶାନ୍ତି ଆସ୍ଵାଦ ।


ଭରି ଦିଏ ନିତ୍ୟେ ମାନବ ଅନ୍ତରେ

ଯୋଗାଇ ପରାଣେ ଭାବ

ମଧୁର ମୂର୍ଚ୍ଛନା ଭାସି ଆସେ ଖୁସି

ମାଦକତା ଅଭିନବ ।



Rate this content
Log in

Similar oriya poem from Romance