ଧରା ଜଳି ଯିବା ପରେ
ଧରା ଜଳି ଯିବା ପରେ
ଧରା ଜଳି ଯିବା ପରେ
ଧରା ଜଳି ଯିବା ପରେ ଦିଶେ ଶୁନଶାନ୍
ପଶୁ ପକ୍ଷୀ ଜୀବ କୁଳ ଆକୁଳ କ୍ରନ୍ଦନ ।
ପ୍ରାର୍ଥନା ଶୁଭଇ ଘନ ଘନ ରହି ରହି
ଦିନ ଗଣୁ ଥାନ୍ତି ବର୍ଷା ଆଗମନ ଚାହିଁ ।
କ୍ଷଣିକ ସମୟ ଲାଗେ କୋଟି ଯୁଗ ସମ
ଅଥୟ କରଇ ପ୍ରାଣ ଭୀଷଣ ଗ୍ରୀଷମ ।
ସବୁ ଆଡ଼େ ଶୁନ ଶାନ ନିସ୍ତବ୍ଧ ନିଶ୍ଚଳ
ନୀରବି ଯାଏ ଯେତେ ସବୁ କୋଳାହଳ ।
ପାଣି ପାଇଁ ହୋନ୍ତି ସର୍ବେ ଡହଳ ବିକଳ
ସହି ସହି ରହି ଥାନ୍ତି ଯନ୍ତ୍ରଣା ର ଜାଳ ।
ପ୍ରଖର ନିଦାଘେ ନିତି କେତେ ଯେ ବାନlଗ୍ନି
ରୁକ୍ଷ ଶୁଷ୍କ କରି ଦିଏ ଦହି ଅଗନlଗ୍ନି ।
ସୁବିସ୍ତୀର୍ଣ୍ଣ ବନସ୍ତ ର ପଶୁ ପକ୍ଷୀ ବୃକ୍ଷ
ଭୀଷଣ ଦାହ ଦହନ ଜ୍ଵାଳା ରେ ଅଥୟ ।
ସ୍ଥାବର ଜଙ୍ଗମ ସର୍ବେ ହୁଅନ୍ତି ଆକୁଳ
ଜଳ ବିନା ଜାଳ ଜଳି ଡହଳ ବିକଳ ।
କମନୀୟ ପ୍ରକୃତି ର ବର୍ଣ୍ଣାଢ଼୍ୟ ପlଟବ
ଦହି ଧ୍ବସ୍ତ ଓ ବିକୃତ କରଇ ନିଦାଘ ।
ରୁକ୍ଷ ଶୁଷ୍କ ମରୁ ସମ ବନ ଉପବନ
ବହୁ ଥାଏ ଜ୍ଵାଳାମୟୀ ଯେ ଝାଞ୍ଜି ପବନ ।

