ଶ୍ମଶାନ
ଶ୍ମଶାନ


ମୃତ୍ୟୁ ତ ବାସ୍ ଗୋଟେ ବାହାନା
ତୁମକୁ ଦିନେ ଆସିବାକୁ ହବ ମୋ ପାଖକୁ
ଯିଏ ଅନ୍ୟର ଚିତାରେ ନିଆଁ ଦେଇଛି
ସିଏ ଦିନେ ଆସିବ
ଯିଏ ଅନ୍ୟର କକେଇରେ କାନ୍ଧ ଦେଇଛି
ସିଏ ବି ଦିନେ ଆସିବ
ତୁମେ ଆସିବ ଆଉ ତୁମ ସମ୍ପର୍କୀୟ ବି
ତୁମେ ଆସିବ ତୁମ ଗର୍ବ ମଧ୍ୟ ଆସିବ
କେତେ ଅହଙ୍କାର ସାମରାଜ୍ୟକୁ ମୁଁ ଜଳେଇ ଧୂଆଁ କରିଦେଇଛି
ଚାକିରିଆକୁ ଜଳେଇଛି ବେକାରକୁ ଜଳେଇଛି
ନେତାକୁ ଜଲେଇଛି ତାର ପଦବୀ ଜଳେଇଛି
ତୁମେ ଦିନେ ଆସିବ ତୁମ ଗର୍ବକୁ ଜଳେଇବି
ତୁମର ଲୁଚିଥିବା ସ୍ୱାଭିମାନକୁ ଜଲେଇବି
ତୁମ ଭିତରେ ଥିବା ସୈତାନ୍ କୁ ଜଳେଇବି
କିଏ ପାଉଁଶ ହେଇ ସାରିଛି
କିଏ ମାଟିରେ ମିଶିଛି
କିଏ ପବନରେ ଉଡୁଛି
କିଏ ଗଙ୍ଗାରେ ଭାସୁଛି
ହେଲେ ଦେଖ ସଭିଙ୍କୁ ମୁଁ ହିଁ ଜଳେଇଛି
କିଏ ତାକୁ ମୃତ୍ୟୁ କହିଛି
କିଏ ପୁଣି ମୁକ୍ତିର ଶେଷ ସଂଗ୍ରାମ
କିଏ ଗୀତାର ପବିତ୍ର ବାର୍ତ୍ତା ବହୁଛି
କିଏ କୋରାନର ଆଯାନ୍
କିଏ ପୁଣି ଗଡ୍ ର ବ୍ଲେସିଂସ୍
ହେଲେ ସମସ୍ତଙ୍କୁ ମୁଁ ହିଁ ଭେଟିଛି
ଭାଙ୍ଗିଥିବା ଶଙ୍ଖା ଦେଇଛି
ଲିଭିଥିବା ସିନ୍ଦୂର ଦେଖିଛି
ଉଜୁଡ଼ି ଥିବା ସଂସାର ଦେଖିଛି
ମୁଁ ହିଁ ସର୍ବସ୍ବ ମୁଁ ହିଁ କରିଛି
କେବେ ଏକା ଆସ ଦେଖିବ
କେତେ ମୃତ୍ୟୁର କଳରବ ମୁଁ ହିଁ କରୁଛି
ମୁଁ ମଧ୍ୟ କାନ୍ଦିଛି ଆଉ କନ୍ଦେଇଛି
ପ୍ରତ୍ୟେକ ମୋଡରେ ମୋ ଠୁଁ ଦୁରଉଛ
ସମୟ ଆସିଲେ ସବୁ କବଜା କରିନେବି
ତୁମର ଲୁଚି ରହିଥିବା ସୈତାନ୍ କୁ
ତିଳ ତିଳ କରି ମାରିବି
ତୁମର ସୁନ୍ଦର ଚେହେରାକୁ
ପଡି ପଲିଥିନ ଭଳି କରିଦେବି
କେହି ଆଉ ସାର ବାପା ମା
ଡ଼ାକିବେନି ତୁମକୁ ମୁଁ
ମୂର୍ଦାର ବୋଲି ପରିଚୟ ଦେବି
ପରେ ପାଉଁଶର ପରିଚୟ ଦେବି
ଟଙ୍କା ଆଉ ପରିଚୟ ପଛରେ ପାଗଳ ହେଉଛ
ସବୁ ଜାଳି ଧୂଆଁ କରିଦେବି
ନା ସ୍ବର୍ଗ ଯିବ ନା ପାତାଳ
ମୁଁ ହିଁ କାଳ ମୁଁ ହିଁ ଅକାଳ
କେହି ତୁମର ନୁହନ୍ତି
ତୁମ ନିଜ ଲୋକହିଁ ମୋ ପାଖରେ ଛାଡ଼ିଯିବେ
ଆଉ ଜଳେଇ ଦବାକୁ କହି ଯିବେ
ହଁ ମୁଁ ଅହଙ୍କାର ଅହମିକା ଜାଳିଦେବି
ହେଲେ ଜଳେଇପାରିବି ନାହିଁ ତୁମ ଭଲ କର୍ମ କୁ
ଜଳେଇ ପାରିବି ନାହିଁ ତୁମ ସମ୍ମାନକୁ
ତୁମ ପ୍ରତି ଥିବା ସେ ପ୍ରେମ ଭରା ଆସକ୍ତିକୁ
ନହେଲେ ଆଉ ସବୁ ଜଳେଇଦେବି
ତେଣୁ ଟଙ୍କା ଛାଡ଼ି ସମ୍ମାନ କମାଓ
ଖରାପ ଛାଡ଼ି ଭଲ କମାଓ
ଦେଲେ ତୁମେ ଅମର ହେଇଯିବ
ଅନେକ ହୃଦୟରେ ସବୁ ଦିନ ଥିବ
ନହେଲେ ଆକାଶ ଦେଖିବ
ପୃଥିବୀ ଦେଖିବ
ଦେଖିବ ସାରା ଦୁନିଆ
ମୁଁ ଜଲଉଥିବି
ତୁମେ ଜଳୁଥିବ
ତୁମ ଭିତରେ ଥିବା ସୈତାନ୍ ଜଳୁଥିବ।