STORYMIRROR

ଦୀପଙ୍କର ଦାସ

Inspirational Children

4  

ଦୀପଙ୍କର ଦାସ

Inspirational Children

ଫଟା ପୋଷ୍ଟର

ଫଟା ପୋଷ୍ଟର

1 min
347

ମିଠା ଦୋକାନର ବେମୁରୁଆ

ଚାହା ଦୋକାନର ଲଗାମ୍ ଛଡ଼ା

କବାଡି ବାଲାର ଧୂଳିଆ

ଧୂଳି ଧୂସରିଆ ମୁଳିଆ

ଲୁଗା ଦୋକାନର ଛୋଟୁ

ଖେଳନା ଘରର ନଟୁ

ସ୍ୱାସ୍ଥ୍ୟ ନଥିବା କିଛି ପେଟୁ

ସିଏ ପେପର୍ ବୟ୍ କାଗଜ ବିକେ

ଗାଳି ଶୁଣି ଅନେକ କଥା ଶିଖେ

ସିଏ ଚାହା ଛାଣେ ଜାଲ ବୁଣେ

ରିକ୍ସା ଟାଣେ ଇଟା ଗଣେ

ଜୋତା ସଫା କରେ ଗାଡ଼ି ଧୁଏ

ଯନ୍ତ୍ରଣାରେ ନା କାନ୍ଦେ ନା କିଛି କୁହେ

ଛୋଟ ପାପୁଲିରେ ଖାଇବା ପାଇଲେ

ସାନ ଭଉଣୀକୁ ଧରେଇ ଦିଏ

ସିଏ କବାଡି ଵାଲା ଲୁହା ଖୋଜେ

କାହା ବଗିଚାରେ ପାଣି ସିଞ୍ଚେ

ଭଦ୍ରାମି ସେ କେମିତି ଶିଖିବ

ଛୋଟ ପିଲା ସେ କିଛି ଜାଣେନା

ସିଙ୍ଗାଣିଆ ତାର ମୁହଁଟା

ଶୁଖିଲା ନୁଖୁରା ଦେହଟା

ଦୁଃଖ ଜାଣି ନଥିବା ଆଖିଟା

ମାଆ ତାକୁ କଜଳ ଲଗେଇ ଦିଏନା କାମକୁ ପାଠଏ

ଜେଜେମା ଗପ ନଶୁଣି ବି ରାତି ହେଲେ

ପରିଶ୍ରମର ଚାଦର ଘୋଡି ଚୁପ୍ ଚାପ୍ ଶୋଇଯାଏ

ଶହେ ଟଙ୍କାରେ ବାପାଙ୍କ ପାଇଁ ଔଷଧ କିଣେ

ଟଙ୍କା ବଳିଲେ ଭଉଣୀ ପାଇଁ ଚକୋଲେଟ୍ ଆଣେ

ଆଉ ସେ ପ୍ରେମ ଚନ୍ଦଙ୍କ ନାୟକ

ଯିଏ ବୁଢୀମା ପାଇଁ ଚିମୁଟା ଆଣିଥିଲା

ସତ୍ୟାର୍ଥିଙ୍କ ସଫଳତା ଯିଏ ନୋବେଲ ଶାନ୍ତି ଧରେଇ ଦେଲା

ସେ ବାଳଶ୍ରମିକ ଖଣ୍ଡିଆ ବୟସରେ ଜୀବନର ମାନେ ପୁରା ବୁଝେ

ସିଏ ଫଟା ପୋଷ୍ଟର ଯୋଡିବା ପାଇଁ ସାହାଯ୍ୟ ଖୋଜେ

ଓଠ ହସ ପେଟ ଖାଦ୍ୟ ହାତ ତାର ବି ଖେଳନା ଖୋଜେ

କଠୋର ଲେଖି କଷ୍ଟ ଦେବି ଏତେ ମୋର ଶକ୍ତି କାହିଁ

ଏତିକି କହିବି ତାକୁ ଦେଖିଲେ ସ୍କୁଲର ବାଟ ଦେଖାଇଦେବ

ହାତକୁ କଲମ ଉଜ୍ଜ୍ୱଳ ଭବିଷ୍ୟତ ଜୀବନ କଣ ବୁଝେଇ ଦେବ


-------------------------------------------------------------------

ପ୍ରେମ ଚନ୍ଦଙ୍କ ନାୟକ - ଗୋଟେ ଗପ ଥିଲା ପ୍ରେମ ଚାନ୍ଦଙ୍କ ବୁଢ଼ି ମାଆର ରୁଟି ସେକୁ ସେକୁ ହାତ ଜଳିବାରୁ ପାଞ୍ଚ ପଇସାରେ ଚିମୁଟା ଆଣିଥିଲା।

ସତ୍ୟାର୍ଥୀ - କୈଳାଶ ସତ୍ୟାର୍ଥୀ ବାଳଶ୍ରମିକ ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ୨୦୧୪ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational