STORYMIRROR

ଦୀପଙ୍କର ଦାସ

Abstract Romance Inspirational

3  

ଦୀପଙ୍କର ଦାସ

Abstract Romance Inspirational

ସମ୍ପର୍କ

ସମ୍ପର୍କ

1 min
179

ଶୁଣ ସଖୀ

ଆଜି କଥା ଅଛି 

ଏଇ ମଧୁର ଗୋଧୂଳି ଲଗନେ

ଚାଲ ଯିବା ପ୍ରେମ ଉପବନେ

ସ୍ଥିର ଚିତ୍ତେ ମନ ମଧ୍ୟେ 

ଯାହା କଥା ଅଛି ଗୋପନେ

ତୁମ ସହ ମୋର ପ୍ରଥମ ଦେଖା

ନାଥିଲା ପ୍ରେମ ନା ଆବିଲତା

ମାନୁ ଥିଲି ଖାଲି ପିତାଙ୍କ କଥା

ଶାନ୍ତ ଚେହେରାରେ ଶାଢ଼ୀ ପିନ୍ଧି ଯେବେ ଆସିଲ

ଥର ହର ହାତରେ ସର୍ବତ ରଖି

ମନେ ଅଛି ଚୁପଚାପ୍ ତୁମେ ବସିଥିଲ

ପ୍ରଶ୍ନର ଲହର ଛୁଟିଲା 

ଆରମ୍ଭ ହେଲା ସାକ୍ଷାତକାର

ଲାଜୁଆ ଆଖି ଥରିଲା ଓଠରେ 

ଧୀରେ ଧୀରେ ସବୁ ଜବାବ୍ ଦେଲ

ତୁମେ ବି କିଛି କହିବାକୁ ଚାହୁଁ ଥିଲ

କିନ୍ତୁ ପରମ୍ପରା ଆଗରେ ହାର ମାନିଲ

ତୁମେ ଅର୍ଦ୍ଧାଙ୍ଗିନୀ ପରେ ଆଗ ସାଜ ସଖୀ ମୋର

ଭଲ ବନ୍ଧୁ ହେଲେ ଯୋଡିବ ଭାବ ପ୍ରୀତିର

କୁହ ଆଜି ସଖୀ ତୁମ ମନ କଥା 

କେମିତି ଶିଖିଲ ଏଇ ନିରବତା

କିଏ ଗାଳି ଦେଲେ କାହିଁ ଚୁପଚାପ୍ ସହିଯାଅ

ଆଉ ମୁଁ ଜାଣେ ତୁମେ ଲୁଚିଲୁଚି କାନ୍ଦି ଯାଅ

ଖାଇବା ବାଢ଼ି ପଛରେ ଖାଅ

ସକାଳୁ ଉଠି ଆଜି ଗାଧାଆ

ଶୀତ କି ଖରା ତୁମଠି ନାହିଁ

କାମ କରିଚାଲ କିଛି ନ କହି

ଏତେ ନିରବତା କେମିତି ଶିଖିଲ

କେବେ କହିବ ମନର କଥା 

ଅର୍ଦ୍ଧାଙ୍ଗିନୀ ନୁହେଁ ପୂର୍ଣ୍ଣ ତୁମେ ମୋର

ତମ ମନ କଥା ଜାଣିବା ଅଧିକାର

ସବୁ ଭରସାରେ ଆଣିଛି ତୁମକୁ

ରଖିବି ଯତନେ କଥା ଦେଲି ତୁମକୁ

ମନ କଥା ତମେ ମୋତେ କହିବ

ବାକି କଥା ସବୁ ପାଶୋରି ଦବ

ଭାବର ସହରେ ଘର କରିବା

ତୁମେ ହେବ ମୋର ମୁଁ ହେବି ତୁମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract