STORYMIRROR

Sudeshna Pradhan

Abstract

3  

Sudeshna Pradhan

Abstract

କୁଲି ଆଉ କର୍ମ

କୁଲି ଆଉ କର୍ମ

1 min
321


କର୍ମ କରି ନର କରେ ରୋଜଗାର

ପେଟ ପାଇଁ ସବୁ ନାଟ

କର୍ମ ଭଲ ମନ୍ଦ ବିଚାର ରହିତ

ସମାଜ କର୍ମର ହାଟ ll


କୌଳିକ ବେଉସା ଜନ ସେବା ପରା

ବାରିକ କୁମ୍ଭାର ଜାତି

କମାର ବଢ଼େଇ ରଜକ ସଭିଏଁ

ସେବାରେ ଥାଆନ୍ତି ମାତି ll


ଧନ ରୋଜଗାର ବଞ୍ଚିବାର ସାହା

ଖାଦ୍ୟ ବସ୍ତ୍ର ବାସସ୍ଥାନ

ଅଳସୁଆ ଲୋକ ଚାତକ ପରିକା

ଚାହୁଁଥାଏ ଅନ୍ୟ ଦାନ ll


ମେହେନ୍ତର କୁଲି ମୁଲିଆ ଚାକର

ପର ପାଇଁ କାମ କରେ

ଶ୍ରମିକ ସେବାରେ ଦେଶ ବିକଶିତ

କୋଢିଆ ଜଳେ ଈର୍ଷାରେ ll


ରେଳ ଷ୍ଟେସନରେ ବସ ରହିବାରେ

କୁଲିର କର୍ମର ସ୍ଥାନ

ବୋଝ ଦୁଇ ହାତ ସାଥି ହୋଇ ସେତ

କରେ ସେ ଯାତ୍ରୀ ମଙ୍ଗଳ ll


ପର ବୋଝ ମୁଣ୍ଡେ ଲଦି କରି କୁଲି

ଯାତ୍ରୀଙ୍କର ସହାୟତା

ପ୍ରତି ଦାନେ ପାଏ କଉଡ଼ି ପଇସା

ଜିଇଁବାର ର ସତ୍ୟତା ll


ଥିଲେ ଯେ ନିରୀହ କୁଲିମାନେ ସବୁ

କରୁଥିଲେ ଯାତ୍ରୀ ସେବା

ଏବେକାର କୁଲି ନୁହେଁ ଆଗପରି

ନିଶା ତା ପଇସା ନେବା ll


ପାଞ୍ଚ ଟଙ୍କା ଜାଗେ ପଚିଶି ନିଅନ୍ତି

ଯାତ୍ରୀଙ୍କୁ ଦେଇ କଷଣ

ଚୋରି ଡକାୟତି ଅପକର୍ମେ ମାତି

କରଥାନ୍ତି ଯେ ଶୋଷଣ ll


କୁଲି ସଂଘ ଗଢି ବଢ଼ାଇ ପ୍ରଭାବ

ନାଲି ରଙ୍ଗେ ନାଲି ଆଖି

ନୁହେଁ ସେ ନିରୀହ ପାଏ ସବୁ ସାହା

ଅତୀତ ହୁଏତା ସାକ୍ଷୀ ll


କର୍ମ ଧର୍ମ ପୁଣି କର୍ମ ହିଁ ଈଶ୍ୱର

ସତକର୍ମେ ରହୁ ମନ

କୁଲି କର୍ମ ନୁହେଁ ଅସମ୍ମାନ କର୍ମ

କର୍ମକୁ କର ସମ୍ମାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract