ସଳିତା ଓ ସବିତା
ସଳିତା ଓ ସବିତା
ଜଣେ କୁତ୍ରିମସୂତାର ଆଲୋକଦାତା
ଆଉଜଣେ ଦୁନିଆର ଅଟେବିଧାତା
ଯିଏ ନିଜେ ଜଳି ଆନେ ଆଲୋକ ଦିଏ
ସିଏ ସଳିତା ରୂପରେ ପୂଜା ତ ହୁଏ |
ଯିଏ ଦୁନିଆର ଦୂରକରେ ଅନ୍ଧକାର
ସବିତା ନାମେ ତାକୁ ଜାଣଇ ସଂସାର
ସଳିତା ଜଳଇ ସୂତା, ତେଲ, ଦୀପ ହେତୁ
ସବିତା ବୁଣଇ ସୁନେଲି କିରଣର ସେତୁ |
ସଳିତାରେ ମଧ୍ୟ ମିଳେ ଆଲୋକ ଉତ୍ତାପ
ଜାଗାତାର ପିତଳ ଓ ମାଟିର ଏକ ଦୀପ,
ସବିତାର ତେଜ ଅତି ପ୍ରକୋପ ଅଟଇ,
ସାରା ଜଗତେ କୋଣେ ଅନୁକୋଣେ ପଡେସେହି|
ସଳିତା ନିଜେ ଜଳିକି ପାଉଁଶ ଯେ ହୁଏ, ସବିତା ହିଁ ଅଟେ ନିଜେ ଅଗ୍ନିପିଣ୍ଡଟିଏ, ସଳିତା ହେଲେବି ଛୋଟ ପ୍ରଭୁପାଶେ ଲାଗେ, ସବିତା ବି ପାଏ ପୂଜା ସଳିତାର ଆଗେ |
ସବିତା ବୁଡ଼ିଲେ ଯେବେ ହୁଅଇ ଅନ୍ଧାର, ସଳିତା ନିଜକୁ ଜାଳି କରଇ ତା ଦୂର , ଜଣେ ଅଟେ ମହାତେଜ ମହାଶକ୍ତିଶାଳୀ, ତଥାପି ଗୁଣେ ସଳିତା ଯାଏ ତାକୁ ବଳି |
ସଳିତା ଜଳଇ ଘିଅ ତେଲକୁ ଶୋଷିଣ, ସବିତା ଶୁଷ୍କ କରଇ ଯେତେ ଆର୍ଦ୍ର ସ୍ଥାନ, ସଳିତା ଜାଳିଣ ଖାଦ୍ୟ ହୁଅଇ ପ୍ରସ୍ତୁତ, ସବିତା ଯୋଗୁ ପାଦପେ ହୁଏ ଖାଦ୍ୟ ଶସ୍ୟ |
ଜଣେ ଜଳିଲେ ଜାଣିବ ଦିବସ ହୋଇଲା, ଆଉଜଣେ ଆସେ ହେଲେ ରଜନୀ ପହିଲା, ହେଉପଛେ ଜଣେ ବଡ଼ ଆଉ ଜଣେ ସାନ,
ପରଉପକାରେ ଲାଗେ ଦୁହିଁଙ୍କ ଜୀବନ |
ଆସ ଆମେ ବି ସାଜିବା ସବିତା ସଳିତା,
ଆନଉପକାରେ ଲାଗି ହେବା ଜଗତଜିତା, ନିଜେ ଜଳି ଆନର ହିତ ଯେ ଚିନ୍ତିବା, କେବେ ବି କାହାର ଅନିଷ୍ଟ ନ କରିବା |