Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Tragedy Inspirational Children

4  

Sudeshna Pradhan

Tragedy Inspirational Children

ତିନୋଟି ଶିକ୍ଷା

ତିନୋଟି ଶିକ୍ଷା

1 min
426


ଏ ତିନି ଜିନିଷ ସଦା ଜୀବନେ କରିବ ଶିକ୍ଷା,    

 ସମୟ, ମୃତ୍ୟୁ, ଗ୍ରାହକ କରେନାହିଁରେ ଅପେକ୍ଷା । 

 ଜୀବନରେ ଥରେ ମିଳେ ଏ ତିନି ଜିନିଷ ଜାଣ,  

  ହରାଇଲେ ପାଇବନି ବାପା, ମାଆ, ଯଉବନ।    

ଏ ତିନି ଜିନିଷ ରଖ ପରଦା ଆବୃତ୍ତ କରି,      

 ଜୀବନର ଅତିମୂଲ୍ୟ ଭୋଜନ, ଧନ, ସ୍ତ୍ରୀ ।  


ଏ ତିନିଠୁ ରୁହ ଦୂର ନହେଲେ ପାଇବ କଷ୍ଟ,   

  କୁସଙ୍ଗ, ଅପନିନ୍ଦା ଦୂରେଇ ଦିଅ ଯେ ସ୍ୱାର୍ଥ ।


 ଆୟତ୍ତରେ ରଖିଥିଲେ ଲୋଭ,କାମ ଆଉ ମନ,   

ହାରିବନି କେବେହେଲେ ସୁଖରେ କଟିବ ଦିନ । 


 ବିଦ୍ୟା, ଈଶ୍ୱର ଓ ପରିଶ୍ରମରେ ରଖିଲେ ମନ,   

 ଜଗତଜିତା ହୋଇବ ମିଳିବ ସଦା ସମ୍ମାନ । 


ରୋଗ, ଦାୟିତ୍ୱ ଓ ଋଣ ମନରୁ କେବେ ନ ଭୁଲ,  

 ଭୁଲିଯିବ ଯଦି ତୁମେ ନର୍କେ ହେବ କଲବଲ  ।  


ଏ ତିନିକୁ ଦୟା କଲେ ଜୀବନେ ପାଇବ ସୁଖ,   

 ପାଗଳ, ଭିକାରୀ ଆଉ ଦେଖି ଅନାଥ ବାଳକ  । 


ଏ ତିନିକୁ ସଦା ତୁମେ ଦିଅହେ ମନରୁ କାଢି,     

ଗର୍ବ, ଅଂହକାର ଆଉ ହରଣ ଯେ ପର ନାରୀ।    


ପୂଜ ହେ ତିନି ଦେବତା ବ୍ରହ୍ମା, ବିଷ୍ଣୁ,ମହେଶ୍ୱର,   

 ଅଟନ୍ତି ଯେ ସୃଷ୍ଟିକର୍ତ୍ତା, ପାଳନ ଆଉ ସଂହାର ।


ଅଟଇ ଯେ ତିନି ସ୍ଥାନ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ,    

ସବୁଠାରେ ବଡ଼ ଅଟେ ଶକ୍ତିଶାଳୀ ଏହି କାଳ   


ସମସ୍ତ ତିନୋଟି କଥା ସୂଚାରେ କରି ପାଳନ,   

  ହୁଅହେ ଭଲ ମଣିଷ, ସ୍ୱଚ୍ଛନ୍ଦେ କଟୁ ଜୀବନ |


Rate this content
Log in

Similar oriya poem from Tragedy