ଘର
ଘର
ଘର ନୁହେଁ ଖାଲି ଥିଲେ ଚାରିକାନ୍ଥ ଆଉ ଛାତ
ରଙ୍ଗୀନ ଚୂନର ଧାରେ ଥିଲେ ଆସବାବପତ୍ର |
ଘରର ରୂପ ଓ ରଙ୍ଗ ପୁଣି ଅଟଇ ବିଭିନ୍ନ
କେବେ ଚାଳ ଟାଇଲି ଝିକର ଅଜବେଷ୍ଟ ଟିଣ |
କାନ୍ଥ ଗଢ଼ା ହୁଏ ତାର ଇଟା ସିମେଣ୍ଟ ବାଲିରେ
କେବେ ପୁଣି ଝାଟିମାଟି ଚୂନ ଚକଟିରେ |
ଘରର ହୃଦୟ କିନ୍ତୁ ଅଟେ ପରିବାର
ଯେଉଁଠାରେ ଥାଏ ସ୍ନେହ ପ୍ରେମ ଯେ ଅପାର |
ବାପା ମାଆ ପୁଅଝିଅ ନାତିନାତୁଣୀ ସହିତ
ଯେଉଁଠାରେ ରହିଥାନ୍ତି ସେ ଘର ହୁଏରେ ସନ୍ତୁଷ୍ଟ |
ହୋଇପାରେ ସେଇ ଘର ସ୍ୱର୍ଗଠୁ ସୁନ୍ଦର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର |
ଘରର ମୁରବୀ ବାପା ମାଆ ସ୍ନେହମୟୀ  
;
ଘରର ଲକ୍ଷ୍ମୀ ଯେ ବୋହୂ ପୁଅ କର୍ମଦାୟୀ |
ବନ୍ଧୁବାନ୍ଧବ ସଦା ଆସୁଥାନ୍ତି ଯେଉଁ ଘରେ
ବିଭିନ୍ନ ପୂଜା ପରବ ଯାନିଯାତ୍ରାରେ |
ସେହି ଘର ସଦା ଅଟେ ମର୍ଯ୍ୟାଦା ପୂର୍ଣ୍ଣ କୋଠା
ସେଠି ବାସକରିଥାନ୍ତି ଗୃହର ଦେବୀ ଦେବତା |
ସକାଳ ପାହିଲେ ଘର ଅଗଣା ଲିପlହୁଏ
ପୂଜାଫୁଲ ଶଙ୍ଖ ଧ୍ୱନି ପବିତ୍ରତା ମନମୋହେ |
ଘରକୁ ରଖିଲେ ସଦା ସଫା ଓ ସୁତର
ସେଇ ଘର ହେବ ଆମ ସୁଖର ମହଲ |
ବହୁଘର ମିଶି ହୁଏ ସାହି ପୁଣି ସାହି ମିଶି ଗ୍ରାମ
ଗାଁରୁ ସହର ରାଜ୍ୟ ଦେଶ ନାନାଧାମ |
ତେଣୁ ଅଟେ ଆମ ଘର ସବୁଠୁ ମହାନ
ସରଗଠୁ ବଡ ପୁଣି ସୁଖର ସନ୍ଧାନ |