STORYMIRROR

Sudeshna Pradhan

Children

3  

Sudeshna Pradhan

Children

ଉତ୍ତର ଆପଣଙ୍କର

ଉତ୍ତର ଆପଣଙ୍କର

1 min
140

ବ୍ରହ୍ମାଙ୍କର କମଣ୍ଡଳୁ 

ଶିବଙ୍କର ଜଟା ଧାରୁ     

ବିଷ୍ଣୁଙ୍କର ନଖତଳୁ ହୋଇ ଉଦ୍ଧାର       

କୁହ ଏବେ ଗଙ୍ଗା ପୁଣି ହେବ କାହାର?     

ପ୍ରଶ୍ନ ମୋହର ଉତ୍ତର ଆପଣଙ୍କର |     

 

ଧରିତ୍ରୀ କୋଳରେ ଜାତ  

ହୋଇସୁଦ୍ଧା ଜଗତମାତ  

ମାୟାମୃଗ ପଛେ ଧାବିତଯେ ରଘୁନାଥ     

ଯାହାପାଇଁ ନିପାତ କଲ ବଂଶ ରାକ୍ଷସର     

ସ୍ୱାମୀ ହୋଇ ଅଗ୍ନିପରୀକ୍ଷା କାହିଁ ନେଲ?     


ଶୁଣି ନୀଚ ଧୋବା ବାଣୀ 

ସ୍ତ୍ରୀକୁ ନ ପାରିଲ ଜାଣି  

ଧୋବାବୁଦ୍ଧିରେ ନିଜର ବୁଦ୍ଧି ମାପିଲ      

ଗର୍ଭିଣୀ ପତ୍ନୀକୁ ଏକା ବନେ ଛାଡିଲ      

ପତିପିତା ରୂପେ କେଉଁ ଯଶ ଅର୍ଜିଲ?    


ଭଣଜା ସାଜିଣ ତୁମେ ନାସିଲ ଯେ ମାମୁଁ କଂସ   

ମାମୁଁ ହୋଇ ଦେଖୁଥିଲ ଅଭିମନ୍ୟୁର ବିନାଶ    

ପ୍ରଜାଶୂନ୍ୟ ରାଜ୍ୟରେ ଯେ ପାଣ୍ଡଵ ବିଜୟ କରି   

କେଉଁ ସୁଖ ଦେଲ ତୁମେ ଅନ୍ତିମରେ ଆହେ ହରି?  


ରାବଣ ମରିବା ଲକ୍ଷ୍ୟ ଶ୍ରବଣ ମାୟାରେ ହତ   

କୈକେୟୀକୁ ବରଦାନ ଶ୍ରବଣ ପିତାର ଶାପଗ୍ରସ୍ତ  

ରାମଙ୍କ ବନଗମନ  ରାବଣ ସୀତା ହରଣ    

ବାଳିକୁ ବଧିଲ ପାଇବାକୁ କି ସୁଗ୍ରୀବ ସେନାଗଣ?  


ତୁମେ ହିଁ ତ ହର୍ତ୍ତାକର୍ତ୍ତା  

ଏ ଜଗତର ବିଧାତା    

ସବୁ କିଛି ତୁମ ମାୟା ବିଧିବିଧାନ       

କାହାପାଇଁ ସ୍ବର୍ଗସୁଖ  

କାହାର ଯେ ଭାଗ୍ୟ ଫଟା   

ସବୁକିଛି ତୁମ ମାୟାପରା ନାରାୟଣ?     


ଆଜି ଏହି ଦୁନିଆରେ  

ଅଧର୍ମ ଯେ ରାଜ କରେ   

କେଉଁଠାରେ ଅଛ ତୁମେ ହେ ଭାବଗ୍ରାହୀ    

ଅନ୍ୟାୟ ଅନୀତି କି ତୁମକୁ ଦିଶୁନାହିଁ?      

ସବୁ ପ୍ରଶ୍ନର ଉତ୍ତର ଦିଅ ହେ ସାଇଁ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children