ବାପା
ବାପା
ଆକାଶକୁ ଚାହିଁ ବିଶାଳତା ତାର ଅନୁଭବ କରେଯେବେ,
ଭାବେ ମନେମନେ ବାପା ବୋଧେ ଏକା ସମକକ୍ଷତାର ହେବେ
ଘର ଭିତରଟା ବୋଉର ସାମ୍ରାଜ୍ୟ ସବୁକାମ ବୁଝେ ସିଏ,
ପିଲାଙ୍କର ଯତ୍ନ ଖାଇବା,ପିଇବା ଗୋଟିଗୋଟି ବୁଝେ ସିଏ |
ହେଲେ ବାପା କାମେ ସକାଳୁ ସକାଳୁ ବାହାରକୁ ଯାଇଥାନ୍ତି,
ଫେରିବା ସମୟ କେତେବେଳେ ତାଙ୍କ ନିଜେ ବି ଜାଣି ନଥାନ୍ତି |
ଘରକୁ ଫେରିବି ପରିବା,ସଉଦା ସବୁଆଣିଥାନ୍ତି ସେହି,
ସାରାଦିନ ତାଙ୍କ କାମରେ ବିତଇ ବିଶ୍ରାମ ମିଳଇ ନାହିଁ |
ସାରା ପରିବାର ବନ୍ଧୁବାନ୍ଧବ ଓ ପିଲାଙ୍କର ସ୍ୱାସ୍ଥ୍ୟ କଥା,
ଥିଲେ ଯେତେଦୂରେ ଏସବୁ ସମସ୍ୟା ଘୁରାଏ ତାଙ୍କର ମଥା |
ଟିକିଏ କଥାରେ ବୋଉ ଭାଙ୍ଗିପଡେ ବାପାଙ୍କ ଧୈର୍ଯ୍ୟ ଅସୀମ,
ବନ୍ଧୁବାନ୍ଧବ ଓ ଘରବାହାରର ବୁଝିଥାନ୍ତି ସବୁ କାମ |
ନିଜ ପରିବାର ଉନ୍ନତିରେ ଥାଏ ସବୁବେଳେ ତାଙ୍କ ଧ୍ୟାନ,
ଭାବନ୍ତି ସେ ସଦା ପିଲାଏ ସମାଜେ ଲଭନ୍ତୁ ଉଚ୍ଚ ଆସନ |
ସାରା ଜୀବନ ସେ ଉଜେଇଁ ଦିଅନ୍ତି ପରିବାର ସୁଖ ପାଇଁ,
ନିଜେ ହାରି ସିଏ ପିଲାଙ୍କୁ ଜିତାନ୍ତି କେତେ ଝଡଝଞ୍ଜା ସହି |
ସେଇ ବାପା ଯେବେ ବୁଢା ହେଉଛନ୍ତି ସେବା ଯତ୍ନ ତାଙ୍କ ଛାଡି,
ପୁଅଟି ଖୋଜୁଛି ଜରାଶ୍ରମଟିଏ ବୋହୂର କଥାରେ ପଡି |
ପୁଅ ନିଜେ ଦିନେ ବୁଢାହେବ ସିଏ ଯାଉଛି ଏକଥା ଭୁଲି,
ଅତୀତର ସେଇ ଅଭୁଲା ସ୍ମୃତିକୁ ଯାଅ ଟିକେ ପୁଣିଫେରି |
ବାପାଙ୍କର ତ୍ୟାଗ,ସ୍ନେହ,ମମତାକୁ ମାନସ ପଟକୁ ଆଣି,
ନିଜର କର୍ତ୍ତବ୍ୟେ ହେଳାକର ନାହିଁ ବିବେକକୁ ଦୂରେ ଠେଲି |
ଅଫେରା ପଥରେ ଚାଲିଗଲେ ଥରେ ଆଉ ଆସିବେନି ଫେରି,
ପଛରେଖୋଜିଲେ ମିଳିବନି ଯେତେ କାନ୍ଦିଲେବିମୁଣ୍ଡକୋଡି |
