ଦୀପାବଳି
ଦୀପାବଳି
ଅସରାଖୁସିର ପସରାକୁ ନେଇ
ଆସିଛିରେ ଦୀପାବଳୀ,
ଦୁର୍ଗା ଚାଲିଗଲେ,ଗଜଲକ୍ଷ୍ମୀ ଗଲେ
ଆସୁଛନ୍ତି ଏବେ କାଳୀ ।
ପୁରାଣ କହଇ ଏହିଦିନ ପ୍ରଭୂ
ସାରିତାଙ୍କ ବନବାସ,
ରାବଣକୁମାରି ସୀତାଙ୍କୁ ଉଦ୍ଧାରି
ଫେରିଥିଲେ ନିଜ ଦେଶ ।
ପ୍ରଭୂଙ୍କୁ ସ୍ୱାଗତ କରିବାପାଇଁକି
ପ୍ରଜାମାନେ ଦୀପଜାଳି,
ନଗରୀକୁ କରି ଆଲୋକେ ସଜ୍ଜିତ
ପାଳିଥିଲେ ଦୀପାବଳୀ ।
ସେହି ସ୍ମୃତି ଧରି ଆଜିବି ଆସୁଛି
ବରଷକେ ଦୀପାବଳୀ,
ସବୁଲୋକ ଘର ସଜାଇଥାଆନ୍ତି
ନବବଧୂଟିଏ ପରି ।
ପିତୃପୁରୁଷଙ୍କୁ ଏହିଦିବସରେ
ଶ୍ରଦ୍ଧାରେ ଦିଅନ୍ତି ଶ୍ରାଦ୍ଧ,
ଜୀବନ ହୁଅଇ ସରଳ ସୁଗମ
ଲଭିତାଙ୍କ ଆଶୀର୍ବାଦ ।
ସଞ୍ଜ ନଇଁଗଲେ କାଉଁରିଆ ଜାଳି
ବଡବଡୁଆଙ୍କୁ ଡାକୁ,
କେତେମିଠା,ପିଠା ପୂଜାକରି ଘରେ
ସାଇପଡିଶାଙ୍କୁ ବାଣ୍ଟୁ ।
କେତେ ସୁନ୍ଦର ଏ ପରମ୍ପରା ଆମ
ବଡଙ୍କୁ ସମ୍ମାନ ଦେବା,
କରିବାନି ୟାର ଅପବ୍ୟବହାର
ସଦା ମାନି ଚଳୁଥିବା ।
ବର୍ଷାଦିନେ ବହୁ ପୋକ ଜନ୍ମି ଥାନ୍ତି
ଦୀପର ନିଆଁରେ ପୋଡି,
ପାଳିଲେ ଏପର୍ବ ମରନ୍ତି ସେମାନେ
ଦୀପର ନିଆଁରେ ପଡି ।
ଏବେ କିନ୍ତୁ ଆଉ ମାଟିଦୀପନାହିଁ
ବିଜୁଳିର ଦୀପଜଳେ,
ମରନ୍ତିନି ପୋକ ବିଜୁଳିଆଲୋକେ
ତାଙ୍କ ପ୍ରାଦୁର୍ଭାବ ବଢ଼େ ।
ଆଜିକାଲି ଆଉ ଦୀପାବଳୀପର୍ବେ
ଆଗପରି ମଜାନାହିଁ,
ବାଣଫୁଟା ଏବେ ମୁଖ୍ୟ ଆକର୍ଷଣ
ଦୀପଆଉମୁଖ୍ୟ ନାହିଁ ।
ବାରୁଦ ଧୁଆଁରେ ପ୍ରଦୁଷିତ ହୁଏ
ବାୟୁମଣ୍ଡଳର ମାତ୍ରା,
ନାନାରୋଗ ଡାକି ଦୁର୍ବିସହ କରେ
ଆମର ଜୀବନଯାତ୍ରା ।
ଆଲୋକର ପର୍ବ ଦୀପାବଳୀ ଏଯେ
ଆଲୋକେ ପାଳିତ ହେଉ,
ଆତସବାଜିର ପ୍ରତିଯୋଗିତାରେ
ବାୟୁ ଦୂଷିତ ନ ହେଉ ।
