STORYMIRROR

Bidulata Sahoo

Abstract

4  

Bidulata Sahoo

Abstract

ଆସ ମାଆ

ଆସ ମାଆ

1 min
292


ସସାଗରା ଧରା ଚାହିଁଅଛି ପରା

      ତୁମ ଆଗମନ ପାଇଁ,

ଆସ ମାଆ ଆସ ସରଗୁ ଓହ୍ଲାଇ

   ଆଉ ଡେରି କରନାହିଁ।

ତୁମପାଇଁ ଆଜି ରଖିଛି ପ୍ରକୃତି

      ସଜାଇ ଏ ଧରାଧାମ,

ମାଟିରୁ ଆକାଶ ଆକାଶରୁ ମାଟି

    ସବୁଠାରେ ତୁମ ନାମ ।

କାଶତଣ୍ଡୀ କରେ ଆଲଟ ଚାମର

      ଆକାଶ ଧରିଛି ଛତ୍ରୀ,

ରୂପା ଜହ୍ନ ଜାଳେ ରୋଷଣୀ ମାଆଗୋ

      ଉଜାଗର ରହି ରାତ୍ରି।

ଗଙ୍ଗଶିଉଳିର ଗାଲିଚା ବିଛାଇ

      ପବନରେ ଭରି ବାସ,

ଏ ସାରା ସଂସାର ଡାକୁଛି ତୁମକୁ

     ଆସ ମାଆ ତୁମେ ଆସ ।

ଫୁଲ ହେଉଛନ୍ତି ଫୁସୁରୁ ଫାସର

      ଦେବାକୁ ତୁମକୁ ଅର୍ଘ୍ୟ,

ଅପରାଜିତାକୁ ଅଗସ୍ତି,ବଧୁଲି

      କୁମୁଦ,କମଳ ବ୍ୟଗ୍ର ।

ଶକ୍ତି ପ୍ରଦାୟିନୀ,ଦୁର୍ଗତିନାଶିନୀ

    ଜୟ ମାଆ ଦୁର୍ଗା ଜୟ,

ତୁମ ଆଗମନେ ଧରଣୀ ବକ୍ଷରୁ

    ପାପରାଶି ହେଉ କ୍ଷୟ।

ଯୁଗେଯୁଗେ ମାଆ ବିପଦବେଳରେ

       ଆସ ତୁମେ ଅବତରି,

ସେହି ଶୁଭବେଳା ଉପଗତ ଏବେ

      କରନାହିଁ ଆଉ ଡେରି ।

ତୁମ ଆଗମନେ ଫୁଟି ଉଠୁ ମାଆ

      ଦୁଃଖୀର ଓଠରେ ହସ,

ଅନ୍ୟାୟ ବିରୁଦ୍ଧେ ଲଢ଼ିବା ପାଇଁକି

     ଦିଅ ମା' ତାକୁ ସାହାସ ।

ଚାରିଆଡ ମାଆ ସ୍ୱଚ୍ଛ ତୁମପାଇଁ

      ଚାରିଆଡ ସୁନିର୍ମଳ,

ମନକୁ ଆମର ସ୍ୱଚ୍ଛ କର ମାଆ

     ଏତିକି ମାଗୁଣି ମୋର ।


Rate this content
Log in

Similar oriya poem from Abstract