STORYMIRROR

Bidulata Sahoo

Fantasy

4  

Bidulata Sahoo

Fantasy

ବର୍ଷା

ବର୍ଷା

1 min
216

ବର୍ଷାଆସେରିମ୍ ଝିମ୍ ଗୀତର ସୁରରେ,

ଦୁମ୍ ଦୁମ୍ ଘଡଘଡି ବାଜାର ତାଳରେ ।

ବର୍ଷାଆସେ ଚକିମିକି ବିଜୁଳି ହସରେ,

ଆକାଶରେ ଭେଳା ଭେଳା କଳାବାଦଲରେ ।


ବର୍ଷା ଆସେ ନୀଳନୀଳ ଘାସ ଗାଲିଚାରେ,

ଘାସଗାଲିଚାରେ ନାଲି ସାଧବ ବୋହୂରେ ।

ସାରୁଗଛ ମୂଳେ ବେଙ୍ଗ କେଁ କଟରରେ ,

ଟଗର ରଂଗଣୀ ଆଉ କଦମ୍ବ ହସରେ ।


ବର୍ଷା ଆସେ ଚାଷିଭାଇ ବେସୁରା ସୁରରେ,

ବର୍ଷାଆସେ ମନ ଖୋଲା ମୟୁର ନାଚରେ ,

ବର୍ଷା ଆସେ ଇନ୍ଦ୍ରଧନୁ ସାତୋଟି ରଂଗରେ,

ବର୍ଷା ଆସେ କୁନାକୁନି ରଂଗ ଛତାପରେ ।


ବରଷା ଯେମିତି ଆସ ଭାରିଭଲତୁମେ,

ତୁମଦାନ ଯୋଗୁ ସିନା ବଂଚିଅଛୁ ଆମେ ,

ଶୁଖିଲା ନଦୀରେ ତୁମେ ଭରିଦିଅ ଜଳ,

ତୁମଲାଗି ଥୁଣ୍ଟାଗଛେ ହୁଏ ଫୁଲଫଳ ।


ଶସ୍ୟଶ୍ୟାମଳା ହୁଏ ତୁମପାଇଁ ଧରା,

ଜଳଦାନ କରି ତୁମେ ପାଳ ବିଶ୍ୱସାରା ।



Rate this content
Log in

Similar oriya poem from Fantasy