ସ୍ବପ୍ନ ଆର ପାରି ଗାଆଁ
ସ୍ବପ୍ନ ଆର ପାରି ଗାଆଁ
ସପନରେ ଭ୍ରମି ଭ୍ରମି ଦୂରେ ବହୁ ଦୂରେ
ପ୍ରବେଶିଲି ଯାଇ ଏକ ଅପର ଗ୍ରାମରେ ।
ମନ ରେ ଭାବିଲି ଏହି ସ୍ବପ୍ନ ଆରପାରି
ଗ୍ରାମ ହୋଇ ଥିବ , ଚାହିଁ , ସ୍ୱର୍ଗୀୟ ମାଧୁରୀ ।
ଚେତନା ମୋହର ହେଲା , ଦିବ୍ୟ ଭାବ ମୟ
ଭାବୋଦ୍ମାଦ ଭରା ଭୂମି ଦିବ୍ୟ ଗନ୍ଧବହ ।
ତାଳେ ତାଳେ ତୋଳେ ଦିବ୍ୟ ଗନ୍ଧ ସ୍ୱାଦ
ସଂଚାରେ ପରାଣେ ଅଲୌକିକ ଆହlଲାଦ ।
ତରୁ ବଲ୍ଲୀ , ଫୁଲ , ଫଳ , କୁସୁମ , ମୁକୁଳ
ପଶୁ , ପକ୍ଷୀ , କୀଟ , ତୃଣ , ଗୁଳ୍ମ , ଦୂର୍ବାଦଳ ।
ନବୀନ କାନନ ବନ , କମ୍ର ସୁଷମା ରେ
ହରି ନେଉ ଥିଲା ମନ , ଚାରୁ ଶୋଭା ଧାରେ ।
ଋଚି ମୟ ବେଶ ବାସ , ହାସ ଅନୁପମ
ରସ ସ୍ନିଗ୍ଧ ବର୍ଣ୍ଣ ବିଭା ଭାବି ଅତୁଳନ ।
ଏବେ ବି ଆବେଗେ ମନେ ଯାଗେ କେତେ ଭାବ
ପ୍ରାକୃତିକ ସୌନ୍ଦର୍ଯ୍ୟ ର ନୁହେଁ ଏ ସରରବ ।
ଅଲୌକକତାର ଯହିଁ ଭରା ନିଦର୍ଶନ
ସ୍ବପ୍ନ ଆରପାରି ଗାଆଁ କରି ସନ୍ଦର୍ଶନ ।
ଉନ୍ମାଦନା ଅନୁଭୁତି ଜୀବନେ ପବିତ୍ର
ଲହରୀ ସଦୃଶ୍ୟ ନାଚି ଉଠେ ଅବିରତ ।
<
br>
ସଞ୍ଚାର କରଇ ଆହା କି ଦିବ୍ୟ ଉଲ୍ଲାସ
ସେ ଗ୍ରାମ ର ଶୋଭାମୟୀ ବିଲୋଳ ବିଳାସ ।
ବର୍ଣ୍ଣିଳ ମାୟା ରେ ମୋହି ନେଲା ମନ ପ୍ରାଣ
ସ୍ବପ୍ନମୟୀ ଭାବ ରସେ ହେଲି ନିମଗନ ।
ତହିଁ ରେ ସରିତ , ସର , ଦୀପ୍ତ , ଅଟ୍ଟାଳିକା
ବିମଳ ମୟୁଖେ , ବିଭା , ଉତ୍ସବ , ଓ ଲେଖା ।
ଖେଳି ବୁଲି ମନେ ମନେ ସେ ସ୍ଥାନ ର ମାୟା
ପରୀ ରାଇଜର ପରି ମନେ ହୁଏ ଆହା ।
ଗ୍ରାମ ଜନପଦ ରୁଚିମୟ ରାସ୍ତା ଘାଟ
ମେଳା , ମଉଛବ , ଜାତ , ବଜାର ଓ ହାଟ ।
ବିପଣୀ , ବିଥିକା , ରାଜି ଦେବାଳୟ ମାନ
ନୃତ୍ୟ ଶlଳା , ରଙ୍ଗ ଶlଳା , ଦିଶେ ସୁଶୋଭନ ।
ନଦୀ ନିକଟ ରେ ବନେ ନାନା ପଶୁ ପକ୍ଷୀ
ହର୍ଷିତ ମନ ରେ ନାନା ଫୁଲ ଫଳ ଭକ୍ଷୀ ।
ଶସ୍ୟ କ୍ଷେତ , ଉଦ୍ୟାନ ଓ କେଦାର ସକଳ
ମଧୁ ଝରା ଶୋଭା ମାଖି ଆହା କି ଅତୁଲ୍ୟ ।
ଲାବଣ୍ୟ ଝଟକେ ମନ ନେଉ ଥାଏ ହରି
ସପନ ର ଆରପାରେ ଭ୍ରମି ଓ ବିହରି ।
ଫେରି ଆସି ପ୍ରବେଶିଲି , ଶୟନ କକ୍ଷ ରେ
ଚାଉଁ କିନା ନିଦ୍ରା ମୋର ଭାଜି ଗଲା ଖରେ ।