Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Others

2.1  

Sadananda Sahoo

Romance Others

ଶୁଭପରିଣୟ

ଶୁଭପରିଣୟ

1 min
393



ଶୁଭଲଗ୍ନ ଛବି ଭାସିଉଠେ ଆଜି 

   ଅପୁର୍ବ ମିଳନ କ୍ରାନ୍ତି , 

ସ୍ନେହଁ ସଦିଚ୍ଛାର ଚିର ହସଫୁଲ 

   ସମର୍ପିବେ ସର୍ବେ ମିଶି !


ପ୍ରଥା ପରମ୍ପରା ସଂସ୍କୃତି ନିଆରା 

   ଉତ୍କଳର  ରୀତିନୀତି  , 

ବିବାହ ବେଦୀରେ ହୋମ ଅଗ୍ନିଜଳେ 

  ପଡେପୁଣି  ହାତଗଣ୍ଠି  !


ବିକାଶ ସୁପୁତ୍ର  ଉଜ୍ଜ୍ଵଳ ନକ୍ଷତ୍ର 

    କୁଳର ଗୌରବ ମଣି , 

ଶୁଭ ପରିଣୟ ସୌଭାଗ୍ୟ ବିଜୟ 

    କାଦମ୍ବିନୀ ରାଜ ରାଣୀ , 


ଗୌରବ ଅଧ୍ୟାୟେ ଚମ୍ପାତୁଠ ଆଦ୍ଯେ 

     ବିକାଶ ବିବାହ ପର୍ବ , 

ଶୁଭେଚ୍ଛୁ ଅତିଥି ସର୍ବେ ଆଜି ଖୁସି 

    ଅନୁଭୂତ ହୁଏ ଗର୍ବ !


କାଦମ୍ବିନୀ ସାଥୀ ଭୁଲି ପାରିବନି 

     ସୁବର୍ଣ୍ଣ ବିବାହ ଛବି , 

ଅଭୁଲା ରହିବ  ବିବାହ ଉତ୍ସବ 

   ଶୁଭ ଆଶୀର୍ବାଦେ ରଵି !


ବିଧାତା ଯୋଡିଛି  ହୃଦୟ ଦୁଇଟି 

    ବିକାଶକୁ  କାଦମ୍ବିନୀ , 

ଜନ୍ମ ଜନ୍ମାନ୍ତର ବନ୍ଧନର ଡୋର 

   ଆଦର୍ଶର  ବାର୍ତ୍ତାୟନି  !


କଲ୍ୟାଣ ଦାୟକ ଭାଗ୍ୟ ବିଧାୟକ 

    ସୁବାଷ ନମସ୍ୟ ପିତା , 

ସୁନା ରେଖାମାତା ଜୀବନ ସଙ୍ଗୀତା 

   ପୁତ୍ରବଧୂ ସ୍ନେହିଁ ସଦା  !


ସ୍ନେହଁର ଭଗିନୀ ମାମିନା ଅମୁଲୀ 

     ବିକାଶ କାଦୁଙ୍କ ସାଥୀ , 

ଉତ୍ସବ ମାହୋଲେ ଫୁଲଝରି ପଡେ 

    ହସ୍ତେ ବନ୍ଦାପନା  ଥାଳି !


ଜଗତର ନାଥ ତୁମ୍ଭରି ସ୍ଵିକୃତ 

   ନିରିମାଖି ଟିକି ଫୁଲ , 

ବିକାଶ କାଦୁଙ୍କୁ  ସରାଗେ ରଖିବ 

  ଦିବାନିଶି ହେବେ ଗେଲ   !



Rate this content
Log in

Similar oriya poem from Romance