STORYMIRROR

Sadananda Sahoo

Romance

4  

Sadananda Sahoo

Romance

ପ୍ରେମର ସପନ

ପ୍ରେମର ସପନ

1 min
290


ପ୍ରେମ ସପ୍ନ ଯଦି ସତ 

     ଡର କାହିଁ ଲାଗେ 

ପ୍ରେମ ସପ୍ନ ଯଦି ମିଛ 

      ନିଦ କାହିଁ ଭାଙ୍ଗେ 

ପ୍ରେମର ଏ ଅନୁଚିନ୍ତା

     ସପନରେ ଭାସେ

ଅଦୃଶ୍ଯ ଏ ପ୍ରେମ ଛିଟା

      ମନକୁଯେ ରସେ

ଭାବନା ରାଇଜେ ପ୍ରେମ 

     ତା'ର ମୂଲ ମାଗେ 

ରୁଣୁ ଝୁଣୁ ଶବଦରେ 

   ନିଦ ମୋର କିଏ ଭାଙ୍ଗେ  ॥


ଆସ ପ୍ରିୟତମା ମୋର

       ରଚିବା କାହାଣୀ 

ପ୍ରେମ ଆମ ସପ୍ନ ଭିଜା 

        ଗଳପ ସାରଣୀ 

ପ୍ରେମ ଫୁଲ ସୁକୋମଳ 

       ସପନର ମିତ 

ପ୍ରେମ ସପ୍ନ ମିଛ ନୁହେଁ 

       ହୃଦୟ ସଂଗାତ 

ପ୍ରିୟତମା ସ୍ନେହ ପ୍ରେମ 

     ହୃଦୟକୁ ଜାଗେ 

ଭିଜା ଭିଜା ସପ୍ନ ରାତି 

      ପ୍ରେମ ମୂଲ ମାଗେ 

ରୁଣୁ ଝୁଣୁ ଶବଦରେ 

     ନିଦ ମୋର କିଏ ଭାଙ୍ଗେ ॥


ହୃଦୟର ସ୍ପନ୍ଦନବି 

       ପ୍ରେମ ଗୀତି ଗାଏ 

ପ୍ରିୟତମା ମିଠା କଥା 

        ଦେହ ମନ ଛୁଁଏ 

ପ୍ରେମ ପାଇଁ ଏ ଜୀବନ 

       ସପନର ମିତ 

ପ୍ରେମ ସପ୍ନ ଜୀବନର 

       ନିଆରା ସଂକେତ 

ପ୍ରିଯ଼ତମା ସଜ ହୁଏ 

       ଇନ୍ଦ୍ରଧନୁ ରଂଗେ 

ସପ୍ନ ସିନା ଭାସି ଯାଏ 

     ପ୍ରେମ ମୂଲ ମାଗେ 

ରୁଣୁ ଝୁଣୁ ଶବଦରେ 

   ନିଦ ମୋର କିଏ ଭାଙ୍ଗେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance