ଅଭିମାନିନୀ
ଅଭିମାନିନୀ
ଅଭିମାନିନୀ ପ୍ରୀୟା ମୋର
ଗୁମାନେ ବସିଛି ଚୁପି
ସରମେ ପାଦକୁ ଛପି
ମୁଁହ ଇଶାରାରେ ଆଖି ଇଂଗିତରେ
ଲାଜୁଆ ରଂଗଟା ବେଶି
ଆଉଟା ଚାନ୍ଦଟା ହସି
ସରମୀ ଲତାଟା କସି
ଆୟତ ଆଖିରେ କହୁଛି
ମାପି ଚୁପି ମୃଦୁଭାଷି ।
ଖୋଲା ମୁଖଶାଳା ମାର୍ବଲ ପଖାଳା
ଅଙ୍ଗ ରଙ୍ଗ ରକ୍ତ ଯବା
ନାଲି କନିଅର ଆଭା ବିଭା
ବିମ୍ଵାଧରୀ କନକଗୋରୀ ଶ୍ରୀୟା
ଆଉଟୁ ପାଉଟୁ ଚିନ୍ତା ଚେତନା
ବେପଥୁ ହିୟାରେ ମୃଦୁ ଉଦ୍ଦିପନା
ଘାଣ୍ଟିବାକୁ ରଙ୍ଗଶାଳା ଅସନା
ଆଖି କୋଣେ ଆବାହନୀ
ଅଵଗାହନ ପାଇଁ ତର ତର ଗ୍ରାହୀ
ଖୋଲା ଆମନ୍ତ୍ରଣ ପ୍ରେୟସୀ ।
ନେଳିଆ ଆକାଶ ହାତଠାରି ଡାକେ
ବଭଦମାଳେ ଶୋଭିତ ମେଘକୁ
ଆଖି ଠାରି ମାରି ବିଜୁଳି ରାଣୀକୁ
ଅଗଣା ବାରି ବସିଛି ମନ ମାରି ମୌନେ
ଫୁଲ ଡାଳ ପତ୍ର ବିଞ୍ଚଣା ଥୋଇ
ଘାସ ଗାଲିଚାର ଚୌକି ଵସେଇ
ପହଁରା ଛାଞ୍ଚୁଣି ମେଲାଣି କହି
କହିବ କି ନ କହିବର ଦ୍ବାହି ଦେଇ
ଦ୍ଵାରେ ବସିଛି
ବ୍ରତ ଉପାସିଛି
ଆଖିଏ ଆଶା ନେଇ
ପୂର୍ଣ୍ଣ ହେଉ ଆଶା ଆକାଂକ୍ଷାର
ପରାର୍ଦ୍ଧ କ୍ଷଣର ଯମାନ ବନ୍ଦୀ
ତୁଷାର୍ତ୍ତ କ୍ଷୁଧାର୍ତ୍ତ ଆମ୍ଵାର
ହେଉ ଯୁଗଳବନ୍ଦୀ
ସରମୀ ମିଦୁଳା
ଖୁସି ଲୁହେ ହସୁ ମହିୟସୀ ।