ମେଞ୍ଚାଏ ମିଠା ଉଖୁଡ଼ା
ମେଞ୍ଚାଏ ମିଠା ଉଖୁଡ଼ା
କବିତା - ମେଞ୍ଚାଏ ମିଠା ଉଖୁଡା
ରଚନା - ପଞ୍ଚାନନ ଜେନା
ତାରିଖ -୦୩-୦୬-୨୦୨୬
++++++++++++++++
ତୁମେ କୃଷ୍ଣଚୂଡ଼ା......
ସବୁଜ ମାୟାରେ ସବୁଜିମା ବୟାରେ
v ରଙ୍ଗୀନ ଶାଳ ଆଖଡ଼ା
ଡହକ ତାତିରେ ତତଲା ସଞ୍ଜରେ
ମିଠା ମହକ ପେଡ଼ା
ତୁମେ କୃଷ୍ଣଚୂଡ଼ା .....
ନିଦାଘ ଗ୍ରୀଷ୍ମରେ ବୈଶାଖୀ ଝାଞ୍ଜିରେ
ମେଞ୍ଚାଏ ମିଠା ଉଖୁଡ଼ା
ଆଖି ପଲକରେ ଶାଖା ମୂଲକରେ
ପ୍ରୀତି ମଞ୍ଜରୀ ଅଭଡ଼ା
ତୁମେ କୃଷ୍ଣଚୂଡ଼ା .....
ମୁକ୍ତାକାଶ କୋଳେ ପ୍ରଣୟର ଭୋଳେ
ନାଲିରଙ୍ଗ ବିଡ଼ା ବିଡ଼ା
ରୂପ ଲାବଣ୍ୟରେ. ରଙ୍ଗ ରୋଷଣୀରେ
ପ୍ରୀତି ପ୍ରଜାପତି ଖଣ୍ଡିଉଡ଼ା
ତୁମେ କୃଷ୍ଣଚୂଡ଼ା....
କ୍ଳାନ୍ତ ପଥିକର ମନ ମାନସରେ
ଶାନ୍ତି ପ୍ରଦାୟିନୀ ଖଡ଼ା
ଆଖି ଆଇନାରେ. ମୁଗ୍ଧ ନୟନରେ
ଚିରସ୍ରୋତା ବହ୍ନିଫଡ଼ା
ତୁମେ କୃଷ୍ଣଚୂଡ଼ା ......
ରଙ୍ଗ ନିର୍ଝରୀଣି ସିନ୍ଦୁର ବିପଣି
ଆପାଶୋରା ନୃତ୍ୟପଡ଼ା
ଚିତ୍ରିତ ଝରଣା ପ୍ରଣୟୀ ବରଣା
ପ୍ରିତିଭରା ଲାସ୍ୟାଘୋଡ଼ା
ତୁମେ କୃଷ୍ଣଚୂଡ଼ା .....
ଧନ୍ୟ ରୂପବତୀ ରମ୍ୟା ମଧୁମତୀ
ଅନୁପମା ନାଲିପିଡ଼ା
ତୁଣ୍ଡେ ଶବ୍ଦହୀନ ମୁଣ୍ଡେ ଆଜ୍ଞାଧିନ
ଉପମାରେ ଚିତ୍ରଯୋଡା

