STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଫୁଟୁଥିବା ନଗ୍ନସତ୍ୟ

ଫୁଟୁଥିବା ନଗ୍ନସତ୍ୟ

2 mins
0

କବିତା - ଫୁଟୁଥିବା ନଗ୍ନସତ୍ୟ
 ରଚନା - ପଞ୍ଚାନନ ଜେନା
ତାରିଖ -୦୩-୦୬-୨୦୨୬
+++++++++++++++++
 ଭାତ ହାଣ୍ଡିରେ ଫୁଟୁଥିଲା ଭାତ ଗବ୍ ଗବ୍
ମନ ଗଣ୍ଡିରେ ବି ଫୁଟୁଥିଲା ଅର୍ଦ୍ଧସତ୍ୟ ଟବ୍ ଟବ୍

 ମନ ମସ୍ତିସ୍କରେ ଫୁଟୁଥିବା
 ସବୁ ତର୍କ-ବିତର୍କ କ'ଣ ମେଲେଇ ହୁଏ କି ?
ସବୁ କଥା-ବ୍ୟଥା କ'ଣ ଫିଟେଇ ହୁଏ କି ?
ସବୁ ମିଛ-ସତ କ'ଣ ବତେଇ ହୁଏ କି ?
ସବୁ ଅର୍ଦ୍ଧସତ୍ୟ କ'ଣ କୁହେଇ ହୁଏ କି ?
ସବୁ ନଗ୍ନସତ୍ୟ କ'ଣ ଲୁଚେଇ ହୁଏ କି ?

 କିଛି କଥା-ବ୍ୟଥା ଅଟକି ଯାଏ ଅଧା ବାଟରେ
ଯେମିତି ପିଲାଦିନ ଅଟକୁଥିଲା ଆମ୍ବତୋଟାରେ
ଯେମିତି ଗଣ୍ଠିଧନ ଅଟକୁଥିଲା ପଣତ କାନିରେ
ଯେମିତି କୁଣ୍ଡା-ଭୂଷି ଅଟକୁଥିଲା ଧାନକଳ ମେସିନରେ

 ଆଉ କିଛି ତର୍କ - ବିତର୍କ ଗିଳି ଦେବାକୁ ହୁଏ ପରିସ୍ଥିତି ଚକ୍ରରେ
 ଯେମିତି ଭୂଲ ପ୍ରମାଣିତ ହେବା ଆଗରୁ ସତକଥା ବୋଉ ଆଗରେ ଯେମିତି ପିତା କଷା ଚେରମୂଳିକା ଆୟୁର୍ବେଦିକ ପାଣି ଔଷଧ ଘରେ ଯେମିତି ବାନ୍ତି ଉଠିବା ଉପରୁ ଚିମୁଟି ଦିଏ ପିଚାରେ ଦୁଇ ଚାରି ଥରେ

 ଆଉ କିଛି ସତ-ମିଛ ହଜମ ହୋଇଯାଏ ବିଷମ ପରିସ୍ଥିତିରେ
 ଯେମିତି ସାଙ୍ଗର ପ୍ରେମ ବ୍ୟାପାର ଜନିତ ଜବର ଖବର
ପ୍ରଘଟ ହୋଇଗଲା ପରେ
ଯେମିତି ଘରେ ଚୋରି ତସ୍ମରୀ ପରେ ପୁଲିସ ତଦନ୍ତ ଜନିତ
ପ୍ରଶ୍ନବାଣରେ ଘାଇଲା ହେଲା ପରେ
ଯେମିତି ଲୋକ ଆଗରେ ଡିନ୍ଡିମ ହାଙ୍କୁ ହାଙ୍କୁ ବହୁତ କିଛି
ପବନତନ୍ତ୍ର ଫୁଙ୍କିଲା ପରେ

 ଆଉ କିଛି ଅର୍ଦ୍ଧସତ୍ୟ ନୁହନ୍ତି କାହାର
ମାଟି ଫଟେଇ ପାଟି ଫିଟେଇ ବାହାରିବେ
ବିଳମ୍ବ ହୋଇପାରେ ଅବଶ୍ୟ
ଯେମିତି ମିଛ ସାଖି ସତ ହୋଇଯାଏ ଅଦାଲତର କାଠଗଡ଼ାରେ
ଯେମିତି ବିକା କିଣା ହୁଏ କୋର୍ଟ କଚେରୀ
ଆଇନ ଓକିଲ ଟଙ୍କା ପଇସାରେ

 ଆଉ କିଛି ନଗ୍ନସତ୍ୟ ମାନେ ଖୁବ୍ ମୁଖରା
ସବୁବେଳେ ଜିଦ୍ ଖୋରିଆ ଏକବାଗିଆ
କଥା କଥାକେ ଛାତିଥରେଇ ଦେବେ ବାଇସ ବାଗିଆ
ସତ ସତିକା ଚୋର ଧରେଇ ଦେବେ ଅଣଗୁରିଆ

 କଣ୍ଟା ଫୁଟିଯାଉ ପଛକେ
ଆଇନା ଭାଙ୍ଗିଯାଉ ପଛକେ
 ଏକା ଏକା ଚାଲିବେ ପଛକେ
 ଭୟଶୂନ୍ୟ କହିବେ ପଛକେ
 ନଇଁବେ ନାହିଁ ହାର ମାନିନେବେ ନାହିଁ

 ସାଲିସ ବିହୀନ ଜୀବନ ଫୁଟୁଥିଲା ଟକ୍ ଟକ୍
 ତତଲା ଭାତଥାଳିରେ ହାତ ବାଜିଗଲା ଧକ୍ ଧକ୍


Rate this content
Log in

Similar oriya poem from Fantasy