ଏ ଜୀବନ
ଏ ଜୀବନ
କବିତା - ଏ ଜୀବନ
ରଚନା - ପଞ୍ଚାନନ ଜେନା
ତାରିଖ -୦୩-୦୬-୨୦୨୬
++++++++++++++++
ଏ ଜୀବନ
ପରିସ୍ଥିତିରେ ବନ୍ଧା ଅର୍ବାଚୀନ
ଏ ଜୀବନ
କେବେ ସାଜେ
ସ୍ବପ୍ନର ଗହନ ବନ
ପୁଣି କେବେ ସାଜେ
ନିବିଡ଼ ବନ୍ଧନର ସ୍ପନ୍ଦନ
ଏ ଜୀବନ
ମାୟା ମରିଚିକା ପଛେ ଧାବନ
ଏ ଜୀବନ
ନିତି ତରଳାଏ
ମନ ତଳେ ଯଉବନ
ନିତି ଝଳକାଏ
ଜହ୍ନ ରାତିରେ ତନୁମନ
ଏ ଜୀବନ
ଉପକ୍ରମଣୀକା ପଛରେ ଝାଳନାଳ ଧାବମାନ
ଏ ଜୀବନ
ତେଲ ଲୁଣର ଆବଶ୍ୟକତାରେ ଆଚ୍ଛନ୍ନ
ଆଖି ଖୋଲିଲେ
ଘୁମନ୍ତ ଦିଗବଳୟରେ ଆଉଟା ମାୟାଞ୍ଜନ
ଆଖି ବୁଜିଲେ
ସମୁଦ୍ରେ ଅନ୍ଧାର ଭିତରେ ସବୁ ଲେଲିହାନ
ଆଉ ମିଟି ମିଟି ଚାହିଁଲେ
ବିଜୁଳି ଆଲୁଅ ପରି ତୋଫା ଦେଦୀପ୍ୟମାନ
