STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବିଫଳ ମହାକାଳ ଫଳ

ବିଫଳ ମହାକାଳ ଫଳ

1 min
0

କବିତା - ବିଫଳ ମହାକାଳ ଫଳ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୬-୨୦୨୬
+++++++++++++++++
 ଭାବିଲେ ଲାଗେ ବିକୃତ ବିକଟାଳ
ସମାଜର ଗତି କୁଆଡ଼େ ସମାନ୍ତରାଳ ?

 କିଛି ରୂପ ରଙ୍ଗ ଦେଖି ବାୟା ବାତୁଳ
ଆଉ କିଛି ସଙ୍ଗ ଢ଼ଙ୍ଗ ଦେଖି ବ୍ୟାକୁଳ

 ଆଉ ଦଳେ ହଳେ ଗନ୍ଧ ଶୁଙ୍ଗି ବିହ୍ବଳ
କିଛି ଭାବନା ସମ୍ଭାର ନେଇ ଉତ୍ତାଳ

 ଆଉ ପାଞ୍ଚ ପଚିଶ ଋିତିନୀତିରେ ଗାରଦ ପାଗଳ
 ପଞ୍ଝେ ପ୍ରେମଋତୁରେ ପ୍ରୀତି ମହ୍ଲାରରେ କରାଳ

 ସମୟ ମଝିରେ ମଝିରେ ଛାଡ଼େ ହୁଙ୍କାପିଟା ହେଣ୍ଟାଳ
ସିଦ୍ଧି ସାଧନାର ପଥ ଯେତେ ହେଲେ ବି କଷ୍ଟ କଟାଳ
 ଛତ୍ରେ ଛତ୍ରେ ଗାତ୍ରେ ଗାତ୍ରେ ମାତ୍ରେ ମାତ୍ରେ ଅସମ୍ଭାଳ

 ଜରୁରୀ ନୁହେଁ ଢ଼େଲା ପଥର ମାଳମାଳ
ଜରୁରୀ ନୁହେଁ ଗୋଡି ଇଟା ମାଟି ମଟାଳ
ଜରୁରୀ ନୁହେଁ କମାଣ ରକେଟ ଉତକ୍ଷେପଣ ଜଟିଳ

 ଭାଙ୍ଗିବାର ଅଛି ତ !
ଧ୍ୱଂସ କରିବାର ଅଛି ତ !
ଯୁଦ୍ଧାଭ୍ୟାସ ଆରମ୍ଭିବାର ଅଛି ତ !
 କେବଳ ପଦିଏ ବକ୍ରୋକ୍ତି ପିଙ୍ଗିଲେ କୁଣ୍ଡରୁ ତୁଣ୍ଡରୁ
 କେବଳ କଟୁ ମନ୍ତବ୍ୟ ହୁଙ୍କାରିଲେ ଗୁଣ୍ଡରୁ ମୁଣ୍ଡରୁ
 ବହୁତ କିଛି ଭଗ୍ନ ହୁଏ ଭସ୍ମ ହୁଏ ଚିରକାଳ

 ଇତିହାସର ପୃଷ୍ଠା ବି ଅଣ୍ଟେନି ଇହକାଳ ପରକାଳ
 ଏମିତି ବିରଳ ବିମଳ ଧୂଂସଲୀଳାର ହିସାବ ରଖିବାକୁ
 ସବୁ ପ୍ରକାର ଚେଷ୍ଟା ପ୍ରଚେଷ୍ଟାରେ ବିଫଳ ମହାକାଳ ଫଳ


Rate this content
Log in

Similar oriya poem from Fantasy