STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଲୁହପ୍ରବଣ ପ୍ରସ୍ରବଣ

ଲୁହପ୍ରବଣ ପ୍ରସ୍ରବଣ

1 min
0

କବିତା - ଲୁହପ୍ରବଣ ପ୍ରସ୍ରବଣ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୬-୨୦୨୬
++++++++++++++++
 ଅନେକ ଥର ଶୁଣିଛି ଆଉ ଭାବିଛି
ଅନନ୍ତ ବାର ଦେଖିଛି ଆଉ ଚିନ୍ତିଛି
ଅସରନ୍ତି ମୌକାରେ ଅନୁଭବିଛି ଆଉ
 ଆପେ ଆପେ ସୁଁ ସୁଁ କାନ୍ଦି ପକେଇଛି

 ଭାବିଛି ଶତ ସହସ୍ରବାର
ଆଖିର ଲୁହରେ ଥାଏ ଥାଳିଏ କୋହର ଜୁଆର
ଯନ୍ତ୍ରଣା ଜର୍ଜରିତ ଚିତ୍‌କାରେ ଥାଏ ସହିବାର ବିସ୍ତାର
ନୀରବ ନିଶିଥିରେ ଝରି ପଡୁଥିବା ଟୋପାରେ ଥାଏ
 ଛାତିଫଟା ଟକ୍ ଟକ୍ ଆଉଟା ରୁଧିର

 ତଥାପି ସେହି ଲୁହ ପ୍ରବଣ ପ୍ରସ୍ରବଣମାନେ
ହାରି ଯାଇନାହାନ୍ତି
 ପଛ କରି ପଳାୟନପନ୍ଥୀ ପରି

 ତଥାପି ସେହି ଯନ୍ତ୍ରଣା କାତର ଶ୍ରମଣ ମାନେ
 ମରି ଯାଇନାହାନ୍ତି
 ଲୁଚି କରି ପରାସ୍ତ ପଙ୍ଗପାଳ ପରି

ତଥାପି ସେହି ଛାତିଚିରା ଦୁଃଖଭୋଗୀ ସ୍ଥାପତିମାନେ
 ତରି ଯାଇ ନାହାନ୍ତି
 ଛତ୍ରଭଙ୍ଗ ମାରି ପରାସ୍ତ ସୈନିକ ପରି

 ଅପେକ୍ଷମାଣ ଅଛନ୍ତି ଦମ୍ଭ ଧରି
 ସେହି କଷ୍ଟ ପ୍ରବଣ ମୁହୁର୍ତ୍ତ ଗଲେ ଅପସରି
 ଜିଇଁ ବାକୁ ପଡିବ ପୁଣି ଥରେ
 ଛିଡ଼ା ହେବାକୁ ପଡ଼ିବ ପୁନଶ୍ଚ ଥରେ ଗର୍ବ ଗୌରବରେ

 ଅନବରତ ଚେଷ୍ଟା ରଖିଛନ୍ତି ଜାରି
 ଅଣ୍ଟାରେ କଣ୍ଠାରେ ଉଦ୍ଧାମ ସାହସର କଳ କବ୍‌ଜା ଧାରଣ କରି
 ତୁଣ୍ଡରେ ମୁଣ୍ଡରେ ଧୌର୍ଯ୍ୟ ବଳିଦାନରେ ବଳ କୌଶଳ ମୁଠେଇ କରି


Rate this content
Log in

Similar oriya poem from Inspirational