STORYMIRROR

Panchanan Jena

Inspirational

4  

Panchanan Jena

Inspirational

ତର୍କ ନମାମୀ

ତର୍କ ନମାମୀ

2 mins
0

କବିତା - ତର୍କ ନମାମୀ
 ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୬-୨୦୨୬
 +++++++++++++++++
 ଫସି ଯାଇଛି ତ୍ରିଶଙ୍କୁ ସମସ୍ୟା ଘେରରେ
 ଦୋ-ମୁଁହା ମାଛଧରା ଗିଳା ମୁଗୁରା ପରି
 ପଞ୍ଜରା ଥରି ଯାଉଛି ପଶିଲେ ମୁଣ୍ଡରେ

 କିସ ବା କହିବି କେମିତି ବର୍ଣ୍ଣିବି
ବସିଲେ ଉଠିଲେ ସେହି ସମସ୍ୟାର ବେଢ଼ ଦାଢ଼
ଶୋଇଲେ ବୁଲିଲେ ସେହି ମୁନିଆ କଣ୍ଟା କୁଢ କୁଢ଼

 କରିପାରୁନି ଘୃଣା ଯମାରୁ
 କୁତ୍ସା ରଟନା କରୁ କରୁ ଅହେତୁକ ସୁଖ
ପରଚର୍ଚ୍ଚା ବର୍ଣ୍ଣନା କରୁ କରୁ ଅସମ୍ଭବ ଖୁସି
ପବନ କରିବାକୁ ବଳ ପାଉନି ଇଚ୍ଛା ହେଇନି ମନରୁ

 ବୟସ ବଢୁଛି ଦୈତୁଛି
 ମାତ୍ର ପରନିନ୍ଦା ଚୁଗୁଲି କରିବାର ଶକ୍ତି କମି କମି ଯାଉଛି
 ସତେ ଯେମିତି ଅର୍ଥନୀତିର
ଡିମିନିସିଙ୍ଗ ମାର୍ଜିନାଲ ଇଉଟିଲିଟି ତର୍କ କାମ କରୁଛି

 ଇତିହାସର ଛାତ୍ର ହିସାବରେ
ବିଦେଶୀ ଆକ୍ରମଣକାରୀଙ୍କୁ କରୁଥିଲି ଅତ୍ୟଧିକ ଘୃଣା
 ଗ୍ରୀକ୍ ବୀର ବିଶ୍ଵବିଜୟୀ ଆଲେକ୍ଜାଣ୍ଡାରଙ୍କୁ
ମନେ ମନେ ମାନୁଥିଲି ଅମଣା ଢ଼ମଣା
 ଅସୂୟା ଢ଼ଙ୍ଗରେ ଏକ ଆଖିଆ ଚକ୍ଷୁରେ
ପଢୁଥିଲି କାଠଖୁମ୍ପା ଚଢ଼େଇ କଣା ହୋଇଛି ବାଟବଣା

 ମାତ୍ର ମନେ ପଡିଗଲେ ଗ୍ରୀକ୍ ସେନାପତି ଆରିଷ୍ଟୋବୁଲସ୍ ,
 ମାତ୍ର ମନକୁ ଆସିଗଲେ ନୈସେନାପତି ଓନେସିକ୍ରିଟସ୍ ଓ ତାଙ୍କ ଭାରତୀୟ ଦାର୍ଶନିକ ଓ ସନ୍ୟାସୀଙ୍କର ବର୍ଣ୍ଣନା ,
 ମାତ୍ର ମନ ଆଇନାରେ ଭାସି ଉଠିଲେ
 ନିଆର୍କସଙ୍କର ସିନ୍ଧୁନଦୀରୁ ପାର୍ସିଆ ଉପସାଗର ପର୍ଯ୍ୟନ୍ତ
 ସମୁଦ୍ର ଯାତ୍ରା
 ଅଥବା ଆରିଆନଙ୍କ ପୁସ୍ତକ "ଅନାବାସିସ୍ ଅଫ୍ ଆଲେକ୍ଜାଣ୍ଡାର" କଥା ଭାବିନେଲେ ,
 ଭୌଗଳିକ ଷ୍ଟ୍ରାବୋଙ୍କ "ଜିଓଗ୍ରାଫିଆ ' ପୁସ୍ତକ ବିଷୟରେ
ଆଲୋଚନା କରିସାରିଲେ
ମାତ୍ର "ମଣିଷ ଖାଲିହାତରେ ଆସିଥାଏ , ପୁଣି ଖାଲି ହାତରେ ଯାଏ" ଲୋକୋକ୍ତି
ଆଲେକଜାଣ୍ଡାରଙ୍କୁ ଭାରତୀୟ ଲୋକକଥାର ଶୀର୍ଷକ ଭୂମିକାରେ ପାଇଲେ
କୁହ ! ଘୃଣା କରି ପାରିବି କି ?
କୁହନ୍ତୁ ! ଅସୂୟା ମୁଦ୍ରାରେ ନିରେଖି ସାରିବି କି ?

 ସେହି ଧାରାରେ କଠୋର ମୁସଲମାନ ଶାସକମାନଙ୍କୁ
 ନିଷ୍ଠୁର ମୋଗଲ ସମ୍ରାଟମାନଙ୍କୁ
ଅତି ମାତ୍ରାରେ ଘୃଣା କଲା ବେଳେ
 ତାଜମହଲର ସପ୍ତାଶ୍ଚର୍ଯ୍ୟ କାରୁକାର୍ଯ ବାଟ ଓଗାଳେ
ମିର୍ଜା ଗାଲିବଙ୍କର ଉର୍ଦ୍ଦୁ ଓ ପାର୍ସି ଗଜଲ୍ ରାସ୍ତା ପଖାଳେ
 "କୁଲିୟାତ-ଏ-ଗାଲିବ" ତଥା "ଦିୱାନ-ଏ- ଗାଲିବ" ମୋଡ଼ ବଦଳେ

 ବିଗତ ଦିନର ଘୃଣା ବଦଳରେ
ସ୍ନେହ ପ୍ରେମ ଶ୍ରାବଣ ବର୍ଷା ପରି ରିମ୍ ଝିମ୍ ଗଳେ
 କୁହ ! ସେତେ ମାତ୍ରାରେ ଘୃଣା କରିହେବ କି ?
କୁହନ୍ତୁ ! ସେତେ ଶତକଡ଼ା ରାଗିହେବ କି ?

 ସେଇ ପର୍ବରେ ୧୭୫୭ ରୁ ୧୯୪୭ ମନେ ପଡିଗଲେ
 ଇଂରେଜ ଶାସନ କାଳର ଲୁଣ୍ଠନ ଶୋଷଣ କଥା ଭାବିନେଲେ
ନିନ୍ଦା- ଘୃଣା - ରାଗ ପଞ୍ଚମ ତାନଙ୍କୁ ଉଠିଯାଏ
ମାତ୍ର ସଙ୍ଗେ ସଙ୍ଗେ ସାର୍ ଉଇଲିୟମ୍ ଜୋନସ୍ ,
 ଲର୍ଡ ଉଇଲିୟମ ବେଣ୍ଟିକ ,
ଲର୍ଡ ରିପନ୍ ତଥା କ୍ଲେମେଣ୍ଟ ଆଟଲି ମାନଙ୍କ ପରି
 କେତେକ ମହାମାନବ ସ୍ମରଣ ସ୍ମରଣୀକାରେ
 ଭୁକୁଞ୍ଚନ କରନ୍ତି ହାଏ ବାଏ

 ଆହୁରି ମସ୍ତବଡ଼ ମଞ୍ଜି କଥାଟେ
ଯୁଦ୍ଧର ବିଭତ୍ସ ବିଭିଷିକା ତଥ୍ୟଟେ
ଆମେରିକା, ଇସ୍ତ୍ରାଏଲ ଅବା ଇରାନ
 ରୂଷ ତଥା ୟୁକ୍ରେନ ଦେଶର ମୁଖିଆ ମାନଙ୍କୁ ମଧ୍ୟ
କରିପାରୁନି କଟୁ ତିରସ୍କାର
ପ୍ରତିକୂଳ ପ୍ରଭାବଟା ଅନୂକୂଳ ଦିଗରେ ଧାଉଁଛି
 ପୁରା ଓଲଟା ତର୍କ ବିତର୍କ ମନ ମସ୍ତିସ୍କରେ ଆରମ୍ଭ ହେଇଛି

 କିଛି ନା କିଛି ଅକାଟ୍ୟ ତଥ୍ୟର ଇସ୍ତାହାର
କେଉଁଠି ନା କେଉଁଠି ଭଲକାମର ପୁରସ୍କାର
କେବେ ନା କେବେ ବିଶ୍ୱଶାନ୍ତି ପାଇଁ ବଳିଷ୍ଠ ସତ୍କାର
ପକେଇ ଦେଉଛି ତୁଣ୍ଡରେ ତାଲା
ଭଲ ପାଇବାକୁ କରୁଛି ବାଧ୍ୟ ମହା ଝାମେଲା

 ଏଇଟା ପ୍ରେମ ନା ଭ୍ରମ
 କିସ ବା ଅଧିକା ବଖାଣିବି ଅପ୍ରେମ ସପ୍ରେମ
 ଏଇଟା ରୋଗ ନା ବୈରାଗ
ଏଇଟା ମହାନିର୍ବାଣ ନା ମାନବିକତାର ପଦ୍ମପୁରାଣ

 ଦିନକୁ ଦିନ ମୁଣ୍ଡ ମଗଜ ଖାଉଛି
ତଳକୁ ତଳକୁ ଚେର ବିସ୍ତାରୁଛି
 ଉପରକୁ ଡେମ୍ପ ଡାଳ ଲମ୍ବେଇଲା ପରି
 କାୟା ଛାୟା ମାୟା ଜଣେଇ ଚେଙ୍ଗି ଦେଖଉଛି

 ଜାଣି ପାରୁନି ସୁ-ପରିଣାମୀ କି କୁ-ପରିଣାମୀ
ନର୍କଗାମୀ ହେବି କି ସ୍ୱର୍ଗଧାମୀ
ସମୟ ହିସାବ କହିବ ସଠିକ୍ ସଲାମୀ ପ୍ରଣାମୀ
 ଘୃଣା ବିରାମୀ ହେଉ ହେଉ ହେବ କି ତର୍କ ନମାମୀ ।


Rate this content
Log in

Similar oriya poem from Inspirational