STORYMIRROR

Kali Kumar

Romance Classics

3  

Kali Kumar

Romance Classics

ନିଶାସକ୍ତ ଆଖି

ନିଶାସକ୍ତ ଆଖି

1 min
366

ରାତି ଆରମ୍ଭ ହେଉ ହେଉ

ଆଖିକୁ ସ୍ବପ୍ନ ଗୁଡ଼ିକ ଉତୁରି ଆସେ

ଠିକ୍ ! ସୁରା ଗ୍ଲାସରୁ ନିଶା ଟିକକ

ଉତୁରି ଆସିଲା ପରି,

ଶହେ ସିଂହର ବଳ ଧରି ।


ତା' ପରେ

ରାତିଟା ସାରା ଏକ ସ୍ୱପ୍ନିଳ ହ୍ୟାଙ୍ଗଓଭର;

ରାତି ଯେତେ ଯେତେ ବଢ଼େ

ନିଶାଟା ସେତେ ସେତେ ଚଢ଼େ ।


ଅଚାନକ୍ , ହୁପ୍ କରି

ଅତୀତଟା ବର୍ତ୍ତମାନ ଆଡ଼େ

କେତେବେଳେ ଯେ ଡେଇଁ ପଡ଼େ,

କିଛି ସୁରାଗ ମିଳେ ନାହିଁ, ଠିକ୍ ସେଇ

ମାଙ୍କଡ଼ଟିଏ ଏଗଛରୁ ସେଗଛକୁ ଡେଇଁଲା ପରି;

ଆଉ ବର୍ତ୍ତମାନ, ଅତୀତର ସ୍ମୃତି ସବୁ

ପାଛୋଟି ଆଣେ, ଠିକ୍ ସୁରା ଗ୍ଲାସରୁ ନିଶା ଟିକକ

ଉତୁରି ଆସିଲା ପରି ।


ଆଖି ଯେ କେବଳ ସ୍ବପ୍ନ ଦେଖେ,

ତା' ନୁହେଁ; ବରଂ ସ୍ବପ୍ନ ସବୁକୁ

ସାଇତି ରଖି, ପ୍ରେମକୁ

ଅକ୍ସିଜେନ୍ ଯୋଗାଇ ଜୀବିତ

ରଖିବାରେ ସହଯୋଗୀଟେ ସାଜେ

ଅତୀତ ଓ ବର୍ତ୍ତମାନର ମିଳାପ ପାଇଁ

ଅବେଳରେ, ଲୁହ ଲହୁରେ ଭିଜେ ।


ଏଇ ଆଖି ଯୋଡ଼ିକ ହିଁ ତ ଦୁନିଆ

ଗୋଟିଏ ବାସ୍ତବ, ଆଉ ଗୋଟେ କଳ୍ପନା

ଗୋଟିଏ ସତ, ଆଉ ସବୁ ମିଛର ଆଇନା


ଦୁହେଁ କିନ୍ତୁ ଆଳାପ କରନ୍ତି

ନିଜ ନିଜ ଆଖିରେ, ଜଣେ ଅନ୍ୟଜଣକୁ ପରଖନ୍ତି

ଆଉ ଅବଶେଷେ, ଅବଶୋଷରେ କୁହୁଳିଲା ପରେ,

ନିଶାସକ୍ତ ଆଖିରେ ଦୁଇ ବୁନ୍ଦା ବାସ୍ତବତା ଝରେ,

ଜହ୍ନ ମରେ ଆଉ ରାତିଟା ସମୟକୁ ସକାଳ ଆଡ଼କୁ

ବାଟେଇ ଦେଇ, ଅନ୍ଧାର ଭିତରେ ସରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance