STORYMIRROR

Kali Kumar

Abstract Comedy

4  

Kali Kumar

Abstract Comedy

ପତ୍ନୀଙ୍କ ଜନ୍ମ ଦିବସ

ପତ୍ନୀଙ୍କ ଜନ୍ମ ଦିବସ

3 mins
483

ଆଜିକାଲି ଆମ ଘରେ ବାସି ଖାଦ୍ୟ ଆଉ ଫିଙ୍ଗା ହେଉନି

ସେସବୁ ଖାଦ୍ୟ ଖାଇବାର ଜିମା ମୁଁ ନିଜେ ହିଁ ନେଇଛି,

ଅଥଚ ଏସବୁ କାର୍ଯ୍ୟର କ୍ରେଡିଟ୍ ମତେ ନୁହଁ, ବରଂ

ଶାସକ ଦଳ ଅର୍ଥାତ ମୋ ପତ୍ନୀଙ୍କୁ ଯାଉଛି ।

ଯେତେ ସବୁ ବାସି ତରକାରୀ ଆଉ ବାସି ରୁଟି

ସବୁ ମୁଁ ଖାଉଛି ନିତି ସକାଳେ ପକ୍ଷୀ ଭଳି ଖୁଣ୍ଟି ଖୁଣ୍ଟି

ଯେତେ ସବୁ ବାସି ତରକାରୀ ଆଉ ବାସି ରୁଟି ।।


ସେଦିନ ବୁଲା କୁକୁରଟା ବି ମୋ ପାଖେ ଫେରାଦ କରି ଗଲା,

କହିଲା,"ବାବୁ,ଏବେ ଆଉ କେହି କୁକୁର ବୋଧେ ମୋ ପେଟେ ନାତ ମାରିଲା,

କାହିଁ କେଜାଣି ତୁମ ଘରୁ ଆଉ ମିଳୁନି ବାସି ଖାଦ୍ୟ , ପ୍ରାୟ ଛ' ମାସ ହେଲା ।


ମୁଁ କହିଲି,କଣ ଆଉ କହିବିରେ ଭାଇ,

କହିଲେ ବି ମୋ ଦୁଃଖ ତୁ ବୁଝିବୁ ନାହିଁ

ତେଣୁ ତୁ ତୋ ବାଟେ ଯା'

ମୁଁ କର୍ମ ଫଳ ନେଇଅଛି ଆପଣେଇ  ।


ଦିନେ ସୋମବାର ସକାଳେ ,

ପତ୍ନୀ ମୋ କହିଲେ, ଖାଇବ କଣ

ମୁଁ କହିଲି, ବିକଳ୍ପ କିଛି ନାହିଁ,

ତୁମେ ଯାହା ଆଣୁଛ, ଆଣ ! ମତେ ପୁଣି ପଚାରୁଛ କଅଣ ।


ହଉ ମୁଁ ଆଣୁଛି ଚା' ସହ , ଗତକାଲିର ରୁଟି

ହଉ କୁହ, ଗ୍ରୀନ ଟି, ନାଲି ଟି, ନା ବ୍ରାଉନ୍ ଟି,

କହୁ କୁହ , ଏଇଥିରୁ ତୁମେ ପିଇବ କେଉଁଟି ।


ଗ୍ରୀନ ଟି, ନାଲି ଟି, ନା as usual ବ୍ରାଉନ୍ ଟି,

ମୁଁ ଭାବିଲି, ଆଜି ଚା'ରେ କଣ ଏତେ ସାରା ଭେରାଇଟି

କଥା କଣ ? ତୁମ ମୁଣ୍ଡ ଫୁଣ୍ଡ ଠିକ୍ ଅଛିଟି,

ନା ବାକି ପଡ଼ିଛି, ଗତରାତିର ବାସି ପାଇଟି ।


ଏ ମରୁରେ ପୁଣି ସୁନ୍ଦର ଉପବନ

ଲଙ୍କାରେ ପୁଣି ହରିଙ୍କର ନାମ,

କଥାଟା କାହିଁ, ମତେ ଜମା ଠିକ୍ ଲାଗୁନି ମ ।


ହଉ ! ଯଦି ତୁମର ଭେରାଇଟି ପରଶିବାକୁ ମୁଡ଼୍ ହେଲାଣି

ତେଣୁ କାହିଁକି ମୁଁ, କ୍ଷତାକ୍ତ ହେବି କୁରାଢ଼ୀରେ ନିଜ ଗୋଡ଼ ହାଣି

ମୋର ତ ଏବେ ସୁଗାର ଲେଭେଲ ବଢ଼ିଲାଣି,

ଗୋଟେ କାମ୍ କର, ନାଲି ଚା' କର

ଚା'ରେ ଜମା ମିଶାଅନି କ୍ଷୀର ଆଉ ଚିନି ;

ହସା ହସି ହୋଇ ଚା' ପିଉଥିଲୁ ଦୁଇ ପ୍ରାଣୀ

ସେକଥାକୁ ସହି ପାରିଲାନି ପୋଡ଼ାମୁହାଁ ଆମ୍ବାନୀ

ଠିକ୍ ଏତିକି ବେଳେ ଶ୍ରୀମତୀଙ୍କ ଫୋନଟା ଉଠିଲା ବାଜି,

ମୁଁ କହିଲି, କଥା କଣ ରୋଜି, ନୂଆ ଟ୍ୟୁନ ରଖିଛ ଆଜି ।


ଏଇଟା call ପାଇଁ ନୂଆ ଟ୍ୟୁନ ନୁହଁ, ମୋ ଜନ୍ମଦିନ ପୂର୍ବରୁ ରିମାଣ୍ଡର ଘଣ୍ଟି ,

ଶ୍ରୀମତୀଙ୍କ ଜନ୍ମଦିନ ଶୁଣି ଲାଗିଲା, ଚତୁର କଙ୍କଡ଼ା ଧରି ବସିଲା ବେଗର ତଣ୍ଟି ,

କଳେ ବଳେ କୌଶଳେ ସୁଯୋଗ ସାଉଣ୍ଟି ।


ତେଣୁ ଏଠୁ ଖସିବାକୁ ହେବ, ନହେଲେ

ଜନ୍ମ ଦିବସ ପାଇଁ ଫର୍ମାଇସ୍ ର ପିରାମିଡ଼୍ ଛିଡ଼ା ହେବ

ତେଣୁ ଏଠୁ ଖସିବାକୁ ହେବ ।


ଏଣେ ପୂର୍ବରୁ ସୁଗାର ଅଛି, ତେଣୁ ବଢ଼ିବା ପୂର୍ବରୁ B. P

କପ୍ ରୁ ବାକିତକ ଚା' ଢ଼ୋକି,

ସେଠାରୁ ଉଠିଲି ପାଦ ଚାପି ଚାପି ।


ଏମନ୍ତ ପ୍ରକାର କାର୍ଯ୍ୟକଳାପ ଦେଖି,

ପତ୍ନୀ ମୋ ପଛରୁ ଦେଲେ ଡାକି,

ହୋଇ ହୋ ! କୁଆଡ଼େ ଚାଲିଲ,

କୁକୁର ପରି ଲାଙ୍ଗୁଡ଼ ଜାକିଜୁକି,

ପତ୍ନୀ ମୋ ପଛରୁ ଦେଲେ ଡାକି ।


ଓଃ ହଃ ! ଶ୍ରୀମତୀ

କେହି କୁଆଡ଼େ ବାହାରିଲେ , କଣ ଏମିତି ପଛରୁ ଡାକନ୍ତି ?

This is Not a good manner, I'll not talorate it anymore.


ମୁଁ ଏବେ ଅଫିସ ବାହାରିଲି ହୋଇଗଲା ବେଳ,

ହଁ ମ,

ଦିନେ ଗୋଟିଏ ବିଳମ୍ବେ ଗଲେ, ଦୁନିଆ ହେବ ନାହିଁ ଅଚଳ ।

ମୋ ସହ ଲଢ଼ିବାକୁ ସଞ୍ଚିଲେ ସେ ବଳ,

ତାହା ଦେଖି ଜହ୍ଵାଦ ପରି ଅବସ୍ଥା ମୋ ହୋଇଲା ଦୁର୍ବଳ

ଖାଲି ବର୍ଷିଲି କିନ୍ତୁ ଛୁଇଁ ପାରିଲିନି ପତ୍ନୀଙ୍କ ଉପକୂଳ

ଖାଲି ବର୍ଷିଲି କିନ୍ତୁ ଛୁଇଁ ପାରିଲିନି ପତ୍ନୀଙ୍କ ଉପକୂଳ ।


ତା ପରେ ଚାଲିଲା ଅଠରଖଣ୍ଡ ମହାଭାରତ,

ସାତ ଖଣ୍ଡ ରାମାୟଣ

ନାହିଁ ମୋ ଶକତି କରିବାକୁ ସେସବୁର ବଖାଣ ।


ଶେଷେ ଘରଣୀ ମୋ ରାଗରେ ଉଠିଲେ ଚିହିଁକି,

ମୋ ଚୁଟିକି ଝିଙ୍କି, କହିଲେ,

ଟଙ୍କା ଖାଲି କମ୍ ପଡ଼ୁଛି, ମୋ ଉପହାର ପାଇଁ କି


ବାପା ଭାଇ ଭଉଣୀ ଭିଣେଇରେ ଦେଲା ବେଳକୁ ରାଜକୋଷ ତୁମ ହେଉନି ଖାଲି,

ମୋ ବେଳକୁ ସବୁବେଳେ ତୁମ ଅବସ୍ଥା ନାଲି

ନାଇଁ ନାଇଁ ବୁଝିଲ ବୁଝିଲ,

ଏତେ କଥା ସବୁ ସହୁଛି, ଖାଲି ମୋ ପରିକା ଝିଅ ବୋଲି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract