ପ୍ରେମ
ପ୍ରେମ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଏ ପାଗଳ କବିଟିକୁ
ଆଗରୁ ଶବ୍ଦ ସବୁ ପାଗଳ କରୁଥିଲେ,
ଏବେ କିନ୍ତୁ ତୁମ ଆଖି ଆଉ ତୁମେ ।।
କିଏ ଜାଣିଥିଲା ତୁମେ,
ଏମିତି ନୀଡ଼ଟିଏ ଗଢ଼ିବ
ଏମିତି ସମ୍ପର୍କଟିଏ ଯୋଡ଼ିବ
ଏମିତି ମୋହଟିଏ ଲଗେଇବ;
କୁହତ ! କିଏ କଣ ଜାଣିଥିଲା
ଏତେ ସବୁ କଥା ଘଟିବ
ଏତେ ସବୁ ଟାହିପରା ଶୁଭିବ
ଏତେ ସବୁ ଅପବାଦରେ ଛାତି ଚିରି ହେଇଯିବ ।