STORYMIRROR

Kali Kumar

Romance Tragedy

3  

Kali Kumar

Romance Tragedy

ପରେ କହିବି :୨

ପରେ କହିବି :୨

2 mins
398

ମୁଁ ସ୍ତବ୍ଧ ହୋଇ ରହିଗଲି, ସେଇ କିଛି ମୁହୂର୍ତ୍ତ ପାଇଁ ।।


ନୀରବରେ ଭାବନା ସବୁ

ଡେଣା ଝାଡ଼ି ଦେଇ

ଫେରି ଯାଉଥିଲେ, ସ୍ମୃତିର ଚହଲା ପାଣିରେ

ଥରେ ଥରେ ମୁହଁ ଫେରେଇ ନେଇ,

ମୁଁ ସ୍ତବ୍ଧ ହୋଇ ରହିଗଲି, 

ସେଇ କିଛି ମୁହୂର୍ତ୍ତ ପାଇଁ ।


ମୋବାଇଲର ଟିକ୍ ଟକ୍ ଶବ୍ଦ ସେତେବେଳକୁ

ବୋଧେ, ଅଶରୀରି ହୋଇ ସାରିଥିଲେ,

ଦୋଳାୟିତ ବିନ୍ଦୁ ତ୍ରୟ,

ନିଜ ସହ ପ୍ରତିଯୋଗିତା ସ୍ଥଗିତ କରି, ହୁଏତ; 

କ୍ଳାନ୍ତି ସମ୍ବରଣ କରୁଥିଲେ, କିନ୍ତୁ ମୁଁ ? 

ହଁ ! ମୁଁ କିନ୍ତୁ, ଅଟକି ନ ଥିଲି, 

ଅହରହ ଗଢ଼ି ଚାଲିଥିଲି

ସ୍ୱପ୍ନିଳ ସ୍ମୃତିର ସମ୍ଭାର

କାଳ୍ପନିକ ପ୍ରୀତିର ନଅର ।


ଚାହୁଁ ଚାହୁଁ ଚିନ୍ତା ଓ ଚୈତନ୍ୟର 

ପୟର ଦ୍ୱୟ ଲମ୍ବିଗଲା,

ସ୍ମୃତିର ଆଲବମ୍ ଆଡ଼କୁ;

ଅନେକ ଖଣ୍ଡ ବିଖଣ୍ଡିତ ସ୍ମୃତି ଚିତ୍ର

ଅମ୍ଳାନ ହୋଇ ଉଠିଲେ, ସ୍ମୃତିର ଫରୁଆରେ;

ଯେତେବେଳେ ତୁମେ କହିଦେଲ, 

" ଆଗ କଥା ସବୁ, କହିବି ପରେ" ।


ପୁଣି ସ୍ମୃତି ଇନ୍ଦ୍ରଜାଲର ଆବରଣକୁ ଧସେଇ

ମୋ ଭିତରକୁ ପଶିଆସିଲା ଦୋଲୋକାଏ ବାସ୍ତବତା

ସମୟ ନିର୍ଘଣ୍ଟକର ସୁନିଶ୍ଚିତ ନିଷ୍ଠୁରତା, ଏବଂ

ହଟିଗଲା ଛଦ୍ମବେଶୀ ଅନ୍ୟମନସ୍କତା

ତା'ପରେ;

ଏକ ଅନ୍ତହୀନ ବେଦନା ହୃଦେ ନିର୍ଲିପ୍ତ ହୋଇ

ମୁଁ ସ୍ତବ୍ଧ ହୋଇ ରହିଗଲି, ସେଇ କିଛି ମୁହୂର୍ତ୍ତ ପାଇଁ ।


ସେତେବେଳକୁ,

ଅନତି ଦୂର ଗାଁ ମୁଣ୍ଡର ଗଛ ବୃଛ ଡେଇଁ

ସୂର୍ଯ୍ୟ ଫେରିଯାଉଥିଲେ, 

ତୁମ ଗୃହ ନିକଟସ୍ଥ ଜଳାଶୟେ

ଅନ୍ତିମ ରକ୍ତକଣିକା ବିଛେଇ,

ମୁଁ କିନ୍ତୁ, "ପରେ କହିବିର" 

ସୀମାନ୍ତ ଅଂଚଳୁ ଫେରି ପାରିଲି ନାହିଁ

ତା' ପରେ, 

ମୁଁ ଆଉ ମୁଁ ହୋଇ ରହିଲି ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance