STORYMIRROR

Gayatri Singh

Romance Inspirational Others

3  

Gayatri Singh

Romance Inspirational Others

କେମିତି କହିବି

କେମିତି କହିବି

1 min
138


ସେ ମୁହୁର୍ତ୍ତ କୁ କେବଳ ଅନୁଭବ କରିହୁଏ

କାହାକୁ କହିହୁଏନି ।

କିଛି ଭାବନାରେ, କିଛି ହୃଦୟରେ

ଲିପିବଦ୍ଧ ହୋଇ ରହିଯାଏ

ବେଳ ଅବେଳ ରେ ଉଙ୍କି ମାରେ

ସେହି ଅକୁହା ମୁହୂର୍ତ୍ତ

ସମୟ ର ପରିବର୍ତ୍ତିତ ଧାରା ରେ

ଧୀରେ ଧୀରେ ମୁହୁର୍ତ୍ତ ସବୁ ବଦଳି ଯାଏ ।

କିଛି ଆବେଗ କୁ ନେଇ ତ

କେତେବେଳେ ଭାବପ୍ରବଣ ହୋଇ

ଭୁଲ ହୋଇଯାଏ ।

ନିଜ ଆୟତ୍ତରେ କିଛି ବି ନଥାଏ

ତଥାପି ସେ ଚର୍ଚ୍ଚିତ ହୋଇଯାଏ

ଜାଣତରେ ହେଉ କି ଅଜାଣତରେ ହେଉ

କିଛି ଶବ୍ଦ ଘେର ର ଶରବ୍ୟ ହେବାକୁ ପଡେ

ଭିଜିବାକୁ ପଡେ ବଦନାମ ର ବର୍ଷାରେ

ବେଳେ ବେଳେ ବଦନାମ ର ବର୍ଷାରେ

ଭିଜିବାକୁ ଖୁବ ମଜା ଲାଗେ

ସେଇ ବଦନାମ ଭିତରେ ବି ସେ 

ନିଜ ନାମ ର ତଲାସ ରେ ଥାଏ ।

ହଜିବା ଖୋଜିବା ପାଇବା ଭିତରେ

ସେ ନିଜକୁ ତଉଲୁ ଥାଏ ।

ଠିକ ଭୁଲ ର ହିସାବ କିଏ ରଖିଛି

ସେ ତ ଠିକଣା ହଜେଇଥିବା

ଅଫେରା ବାଟ ର ବାଟୋଇ ଟିଏ ।




Rate this content
Log in

Similar oriya poem from Romance