STORYMIRROR

Gayatri Singh

Classics Fantasy

4  

Gayatri Singh

Classics Fantasy

ରଜ ମଉଜ

ରଜ ମଉଜ

1 min
5


ତୁମେ ଆସ ପ୍ରଥମ ଆଷାଢ଼ ର

ଟୋପା ଟୋପା ବରଷା ଛିଟା ରେ

ମହ ମହ ମାଟିର ବାସ୍ନା ରେ

କେତେ ଆଶା ଓ ସ୍ବପ୍ନ ନେଇ

ସଜବାଜ ହେଉଥିବା କୁଆଁରୀ ର ରଙ୍ଗୀନ ମନରେ ।

କେବେ ଆକାଶ କୁ କେବେ ପୃଥିବୀ କୁ 

ଚାତକ ପରି ଚାହିଁ ରହିଥିବା ଚଷା ପୁଅ ର ଅପେକ୍ଷା ରେ ।କେବେ ପୋଡ଼ପିଠା ର ମହକରେ,

କେବେ ଖିଲିପାନ ର ପ୍ରେମ ରେ

ପଡିଯାଇଥିବା ରଜବତୀ ର ଲାଜରେ ।


( ସଂସ୍କୃତି ଓ ପରମ୍ପରା ହେଉଛି ଭାରତୀୟ ସଂସ୍କୃତି ର ମୂଳମନ୍ତ୍ର । ସଂସ୍କୃତି କୁ ଆଧାର କରି ୠତୁ ଚକ୍ର ର ପରିବର୍ତ୍ତନ ରେ ବିଭିନ୍ନ ପର୍ବ ପର୍ବାଣୀ କୁ ସ୍ୱାଗତ କରି ପାଳନ କରାଯାଏ । ଏହି କ୍ରମ ରେ ରଜ ହେଉଛି ଓଡିଶା ର ଗଣପର୍ବ । ଆଦ୍ୟ ଆଷାଢ଼ ଯେବେ ଭୂଇଁ କୁ ଛୁଏଁ ମେଘ ଓ ମାଟି ର ମିଳନ ରେ ପୃଥିବୀ ହୁଏ ରଜସ୍ୱଳା । କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ମାଟି ମା ର ବିଶ୍ରାମ ପାଇଁ ସ୍ୱତନ୍ତ୍ର ଭାବେ ଚାରି ଦିନ ପାଳିତ ହୁଏ ରଜ । ପ୍ରଥମ ଦିନ ପହିଲି ରଜ, ଦ୍ଵିତୀୟ ରେ ରଜସଂକ୍ରାନ୍ତି, ତୃତୀୟ ଦିନ ଭୂମିଦହନ, ଶେଷ ଦିନ ବସୁମତୀ ସ୍ନାନ । ରଜ ପୂର୍ବ ଦିନ ରଜ ପ୍ରସ୍ତୁତି ରେ ସମୟ ବିତୁଥିବାରୁ ତାକୁ ରଜ ସଜବାଜ ବୋଲି କୁହାଯାଏ । ବିଭିନ୍ନ ପ୍ରକାର ପିଠାପଣା ଛେନା ମିଠା ରେ ଓଡ଼ିଆ ଘର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ପୋଡ଼ପିଠା ଓ ରଜ ପାନ ର ସ୍ୱତନ୍ତ୍ର ଚାହିଦା ରହିଥାଏ ଏହି ଗଣପର୍ବ ରେ । ସଜ୍ଜିତ ଦୋଳି ସହିତ ଆଜି ବି ଗାଁ ଗହଳି ର ବାଉଁଶ ବଣ, ଆମ୍ବ ତୋଟା ରୁ କୁମାରୀ ମାନଙ୍କ ସଜବାଜ ଓ ଖିଲିପାନ ସହିତ ଛୁଟି ଆସେ .....


ବନସ୍ତେ ଡାକିଲା ଗଜ 

ବରଷ କୁ ଥରେ ଆସିଛି ରଜ

ଘେନି ନୂଆ ସଜବାଜ ।)

  



Rate this content
Log in

Similar oriya poem from Classics