ଜନ୍ମାଷ୍ଟମୀ
ଜନ୍ମାଷ୍ଟମୀ
ଦେବକୀ ନନ୍ଦନ ଯଶୋଦା ଜୀବନ
ରାଧା ର ସେ ପ୍ରାଣ ଧନ
ଗୋପୀ ମେଳେ ନିତି ଲୀଳା ରଚୁଥାଏ
ଜିଣି ଥାଏ କେତେ ମନ ।
ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ
ପୃଥିବୀ ହେଲା ମଧୁମୟ
ଦେବା ଦେବୀ ମିଶି ସ୍ୱର୍ଗେ ଉଚ୍ଚରିଲେ
ଓଁ ନମଃ ଭଗବତେ ବାସୁଦେବାୟ ।
ମର୍ତ୍ତେ ମାନବ ଦେହେ ଅବତରି
କେତେ ପାପୀ ତପୀ ତରି ଗଲେ
ପୁତନା ଠାରୁ କଂସ ପରିଯନ୍ତେ
ମହୀ ଭାରା ଉଦ୍ଧରିଲେ ।
ହେ ଗୋବିନ୍ଦ ହେ ଗୋବଲ୍ଲଭାୟ
ତୁମ ପାଦ ପଦ୍ମେ ଏତିକି ଅଳି
ଜଗତ ଜନ ଙ୍କ ଦୁଃଖ ହରିନେଇ
ଦିଅ ବାରେ ସୁଖ ଆଶିଷ ଢାଳି ।
