STORYMIRROR

Aparajita Sarangi

Abstract Classics Inspirational

4  

Aparajita Sarangi

Abstract Classics Inspirational

ରହିଛି ମୁଁ ଉଜାଗର

ରହିଛି ମୁଁ ଉଜାଗର

1 min
256

ପାଳିବି ମୁଁ ଦୀପାବଳି

ରହିଛି ମୁଁ ଉଜାଗର

ଅନ୍ଧକାର ଅମାବାସ୍ୟେ

ଜାଳିବି ମୁଁ ଦୀପାଲୋକ

ଭଙ୍ଗାରୁଜା ସ୍ୱପ୍ନ ସବୁ

ଗଢିବା ଯେ ଇଚ୍ଛାକୃତ

ରଙ୍ଗ ଦିଆ ଭାବ କାନ୍ଥେ

ବୋଳି ଦେବି ସ୍ନେହ ପୁଟ

କଅଁଳିଆ ହୃଦ ଘରେ

ଛାଡିଯିବି ପ୍ରୀତି ଛାପ

ସ୍ୱପ୍ନଭରା ନିଦ୍ରାକାଶେ

ଅହରହ ମୁଁ ଜାଗ୍ରତ

ମାନବ ଧର୍ମ ଆଳୟେ

ଚାହିଁରହୁ ଚକ୍ଷୁ ଗବାକ୍ଷ

ଯୁଦ୍ଧ ର ବାରୁଦ ଧୋଇ

ଖୋଲିଯାଉ ସ୍ନେହ କୋଷ 

ପାଳିବି ମୁଁ ଦୀପାବଳି

ରହିଛି ମୁଁ ଉଜାଗର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract