ରହିଛି ମୁଁ ଉଜାଗର
ରହିଛି ମୁଁ ଉଜାଗର
ପାଳିବି ମୁଁ ଦୀପାବଳି
ରହିଛି ମୁଁ ଉଜାଗର
ଅନ୍ଧକାର ଅମାବାସ୍ୟେ
ଜାଳିବି ମୁଁ ଦୀପାଲୋକ
ଭଙ୍ଗାରୁଜା ସ୍ୱପ୍ନ ସବୁ
ଗଢିବା ଯେ ଇଚ୍ଛାକୃତ
ରଙ୍ଗ ଦିଆ ଭାବ କାନ୍ଥେ
ବୋଳି ଦେବି ସ୍ନେହ ପୁଟ
କଅଁଳିଆ ହୃଦ ଘରେ
ଛାଡିଯିବି ପ୍ରୀତି ଛାପ
ସ୍ୱପ୍ନଭରା ନିଦ୍ରାକାଶେ
ଅହରହ ମୁଁ ଜାଗ୍ରତ
ମାନବ ଧର୍ମ ଆଳୟେ
ଚାହିଁରହୁ ଚକ୍ଷୁ ଗବାକ୍ଷ
ଯୁଦ୍ଧ ର ବାରୁଦ ଧୋଇ
ଖୋଲିଯାଉ ସ୍ନେହ କୋଷ
ପାଳିବି ମୁଁ ଦୀପାବଳି
ରହିଛି ମୁଁ ଉଜାଗର ll
