ମୋ ଜୀବନର ଠେଲା ଘର!!
ମୋ ଜୀବନର ଠେଲା ଘର!!
ଏ ଜୀବନର ଠେଲା ପେଲା ରେ
ଅଣନିଃଶ୍ୱାସୀ ହେଇ ଧାଇଁଗଲେ
ଖୋଜିବୁଲେ ଆପଣାର ମଣିଷଟିଏ
ଯାହାର ହାତ ହେବ ମୋ ମୁଣ୍ଡର ଛାତ
ସ୍ନେହବୋଳା ପରଶ ଲାଗିବ ଅଭୟ କାନ୍ଥ
ଯେଉଁଠି ନଥିବ ବିଫଳତାର ଅବସାଦ
ଅବା ଅନିର୍ବଚନୀୟ ବିବାଦ
ବାସ୍ ଥିବ ଭଲପାଇବାର ଅନାବିଳ ଆବେଗ ll
କିଛି କହିବା ଆଗରୁ ବୁଝି ଯାଉଥିବ
ହୃଦୟର ନିଭୃତ କଥା
ନିତି ଫିଟାଇ ଦେଉଥିବ ଗଣ୍ଠିପକା ଅଡ଼ୁଆ କଥା
ଅବୁଝାପଣ ଲୁଚି ଯାଉଥିବ
ଯାହାର ବୁଝିବାର ବଳୟ ଭିତରେ
ସତେକି ଥିବି ମୁଁ ସ୍ନେହର ଆଳୟର କେନ୍ଦ୍ରରେ
ଜୀବନର ଖାଲ ଢିପ ରେ ଚାଲୁଥିବ
ମୋ ପାଦ ରେ ପାଦ ମିଳାଇ
ସତେକି ସାଜିବ ସେ ମୋର ଠେଲା ଘର
ଯାହାର ହାତ ହେବ ମୋ ମୁଣ୍ଡର ଛାତ
ସ୍ନେହବୋଳା ପରଶ ଲାଗିବ ଅଭୟ କାନ୍ଥ l

