STORYMIRROR

Aparajita Sarangi

Abstract Romance Classics

3  

Aparajita Sarangi

Abstract Romance Classics

ମୋ ଜୀବନର ଠେଲା ଘର!!

ମୋ ଜୀବନର ଠେଲା ଘର!!

1 min
127

ଏ ଜୀବନର ଠେଲା ପେଲା ରେ 

ଅଣନିଃଶ୍ୱାସୀ ହେଇ ଧାଇଁଗଲେ 

ଖୋଜିବୁଲେ ଆପଣାର ମଣିଷଟିଏ 

ଯାହାର ହାତ ହେବ ମୋ ମୁଣ୍ଡର ଛାତ 

ସ୍ନେହବୋଳା ପରଶ ଲାଗିବ ଅଭୟ କାନ୍ଥ 

ଯେଉଁଠି ନଥିବ ବିଫଳତାର ଅବସାଦ 

ଅବା ଅନିର୍ବଚନୀୟ ବିବାଦ 

ବାସ୍ ଥିବ ଭଲପାଇବାର ଅନାବିଳ ଆବେଗ ll


କିଛି କହିବା ଆଗରୁ ବୁଝି ଯାଉଥିବ 

ହୃଦୟର ନିଭୃତ କଥା 

ନିତି ଫିଟାଇ ଦେଉଥିବ ଗଣ୍ଠିପକା ଅଡ଼ୁଆ କଥା 

ଅବୁଝାପଣ ଲୁଚି ଯାଉଥିବ 

ଯାହାର ବୁଝିବାର ବଳୟ ଭିତରେ 

ସତେକି ଥିବି ମୁଁ ସ୍ନେହର ଆଳୟର କେନ୍ଦ୍ରରେ 

ଜୀବନର ଖାଲ ଢିପ ରେ ଚାଲୁଥିବ 

ମୋ ପାଦ ରେ ପାଦ ମିଳାଇ 

ସତେକି ସାଜିବ ସେ ମୋର ଠେଲା ଘର 

ଯାହାର ହାତ ହେବ ମୋ ମୁଣ୍ଡର ଛାତ 

ସ୍ନେହବୋଳା ପରଶ ଲାଗିବ ଅଭୟ କାନ୍ଥ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract