STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ଲଙ୍ଘିବାକୁ ହେବ

ଲଙ୍ଘିବାକୁ ହେବ

1 min
11

ଜୀବନର କଣ୍ଟକିତ ପଥ

କରିଛି ମତେ ଲହୁ ଲୁହାଣ

ଜାଣେନା ଆଉ କେତେ ସମୟ ବାକି

ବୟସ ର ତପ୍ତ ମରୁପରେ

ସତେକି ବେଦନା ର ଗ୍ରୀଷ୍ମ ପ୍ରବାହ

କରିଛି କ୍ଷତାକ୍ତ ମୋ ଦେହ ଆଉ ମନ 

ମାତ୍ର ଲକ୍ଷ୍ୟ ମୋର ଏକଦମ ଅଭିଷ୍ଟ

ପହଞ୍ଚିବାକୁ ହେବ ଯେଉଁଠି ଖୁଵ ଶୀଘ୍ର

ମୃତ୍ୟୁ କୋଳେଇନେବl ପୂର୍ବରୁ

ଯଦିଓ ମୁଁ ଜାଣେ ନାହିଁ ଅନ୍ତ

ମଣିଷର ବାଞ୍ଛନୀୟ ଅବା ଅବାଞ୍ଛନୀୟ ଇଚ୍ଛାର

ତଥାପି ମୁଁ ହାର ମାନିବିନି ପୂରଣ କରିବାକୁ

ହୃଦୟ ରେ ନେଇଥିବା ସଂକଳ୍ପ ବୋଧର

କିନ୍ତୁ ଏକି କଷ୍ଟ ଅବେଳା ବେଳାରେ

ଜୀବନର ଦରଭଙ୍ଗା ଅପରାହ୍ଣ ରେ

ଉଠୁନାହିଁ ଦେହ, ସତେକି ଅସ୍ଥି ମାଂସ ଗଢ଼ା

ଶରୀର ଟା ମୋର, କ୍ଷୀଣ ଅସହାୟ ପ୍ରାୟ

ବାଜିଉଠେ କାଳର ଘଣ୍ଟି

ଅଛି ଖୁଵ କମ ସମୟ ବାକି

ଉଠ, ଯିବାକୁ ହେବ ତତେ ଅନେକ ଦୂର

ଲଙ୍ଘିବାକୁ ହେବ କର୍ତ୍ତବ୍ୟ ର ପାହାଡ଼!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract